Home ଓଡ଼ିଶା ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ନୟାଗଡ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ରାଜଧାନୀ ଦିଲ୍ଲୀଠାରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ କେନ୍ଦ୍ରର ଇଙ୍ଗିତରେ ପୁଲିସର ଦମନଲୀଳା, ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରତ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକlର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ଜନନାୟକ ଶ୍ରୀ ରାହୁଲ ଗାନ୍ଧୀ, ଶ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ କେସି ବେନୁଗୋପାଳଙ୍କ ସମେତ ଶୀର୍ଷ କଂଗ୍ରେସ ନେତୃବୃନ୍ଦଙ୍କୁ ପୁଲିସ ଉଠାଇନେବା ତଥା ଭୁବନେଶ୍ବରସ୍ଥିତ ଲୋକଭବନ ଫାଟକ ସମ୍ମୁଖରୁ କଂଗ୍ରେସର ବିକ୍ଷୋଭକାରୀଙ୍କ ଗହଣରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ପୁଲିସ ଉଠାଇନେବା ପ୍ରତିବାଦରେ ଆଜି ନୟାଗଡ ଡିସିସି ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଛକ ଠାରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ *ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରାଯାଇ ଦେଶଦ୍ରୋହୀଙ୍କ ବିରୁଦ୍ଧରେ ନାରାବାଜି କରାଯାଇ କୁଶ ପୁତ୍ତଳିକା* ଦାହ କରାଯାଇଛି l ଲଘୁଚାପ ବର୍ଷା ପାଣିପାଗ ସତ୍ୱେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ କିସାନ ସେଲ ସଭାପତି ଅଭୟ ସାହୁ,ଡିସିସି ଉପସଭାପତି ଲଷ୍ମୀଧର ତ୍ରିପାଠୀ, ବିଭୁପ୍ରସାଦ ମିଶ୍ର, ଫକୀର ଚରଣ ମଲ୍ଲ,ଡିସିସି ସାଧାରଣ ସମ୍ପାଦକ ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଯୁବ ଆଇନଜୀବୀ କୂଳେଶ ଚନ୍ଦ୍ର ମହାନ୍ତି, ଜୋନ ସଭାପତି ନକୁଳ ନାୟକ, ଭାଟସାହୀ ଜିପି ସଭାପତି ଵାପିନା ସେଠି, ଚଣ୍ଡୀବସ୍ତ ଜିପି ସଭାପତି ମଧୁସୂଦନ ସାହୁ, ପୂର୍ବତନ ସରପଞ୍ଚ ରାଜକିଶୋର ସାହୁ,କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ଦିବାକର ମହାରଣା, କୃଷକ ନେତା ଆଲୋକ ପ୍ରଧାନ, ଡିସିସି ଅନୁସୂଚିତ ଜାତି ସଭାପତି ଜିତେନ୍ଦ୍ର ଦଳେଇ, ତ୍ରିନାଥ ସାହୁ, ବାପି ପଟ୍ଟନାୟକ, ଯୁଗଳ କିଶୋର ବରାଡ଼, ଶଙ୍କର ସାହୁ, କୁଳମଣି ମଲ୍ଲ, ଯୁଗଳ ବେହେରା ନୟାଗଡ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ ପ୍ରମୁଖ ସମେତ ଶତାଧିକ ଯୁବଛାତ୍ର ଯୋଗଦେଇ ମୋଦି-ଶାହ ଫୋଟୋଚିତ୍ର ଉପରେ ଜୋତାମାଡ଼ କରି କୁଶପୁତ୍ତଳିକା ଦାହ କରିଥିଲେ l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ଖଣ୍ଡପଡା ସହର ସମେତ ଗ୍ରାମାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଦଶହରା ବହୁ ଧୂମଧାମରେ ପାଳନ କରାଯାଉଛି by Proprietor Abhimanyu Maharana October 22, 2026 ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026 ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି by Proprietor Abhimanyu Maharana October 22, 2026 କଟକ ୬ଷ୍ଠ ପୋଲିସ ବାଟାଲିୟନ ପକ୍ଷରୁ ସହୀଦ ସ୍ମୃତି ଦିବସ ପାଳିତ by Proprietor Abhimanyu Maharana October 22, 2026 ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ by Proprietor Abhimanyu Maharana October 22, 2026 ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ by Proprietor Abhimanyu Maharana October 21, 2026