ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଖୋରଧା (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଦୀନବନ୍ଧୁପୁର କ୍ଲଷ୍ଟର୍ ଅନ୍ତର୍ଗତ କହ୍ନେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଏବଂ ଉପ କମିଟି ରାଜ୍ୟ ଓସେପା ତଥା ଗଣଶିକ୍ଷା ବିଭାଗ ର ମାର୍ଗଦର୍ଶିକା ମୂତାବକ ଗଠିତ ହୋଇଯାଇଛି । ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପିତା -ମାତା, ସ୍ଥାନୀୟ ଜନ ପ୍ରତିନିଧି, ଶିକ୍ଷାବିତ୍,

ସ୍ଵାସ୍ଥ୍ୟ କର୍ମୀ ମାନଙ୍କ ଉପସ୍ଥିତି ରେ ପ୍ରଧାନ ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରିମଲ୍ଲ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ନୂତନ ପରିଚାଳନା କମିଟି ର ସଭାପତି ଭାବେ ଗଣେଶ ପ୍ରସାଦ ଜେନା,ଉପ ସଭାପତି ଭାବେ ମୋନାଲୀ ସାହୁ, ସଦସ୍ୟ ଆବାହକ ଭାବରେ ପ୍ରଧାନ ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରିମଲ୍ଲ, ବରିଷ୍ଠ ଶିକ୍ଷକ ଆଲୋକ କୁମାର ବରାଳ, ଆଶାକର୍ମୀ ପୁଷ୍ପଲତା ପଟ୍ଟନାୟକ, ଦୁଇ ଓ୍ଵାର୍ଡ ସଭ୍ୟ ବିନୋଦିନୀ ମୁଦୁଲି,ସୁରେଶ ଚନ୍ଦ୍ର ସେଠୀ,

ଅଙ୍ଗନବାଡି କର୍ମୀ ଶାରଦା ସେଠି,ସଭ୍ୟ ସଭ୍ୟା ଭାବେ ଯମୁନା ସାହୁ, ସସ୍ମିତା ମୁଦୁଲି,ପ୍ରଵୀଣା ମୁଦୁଲି, ସରୋଜିନୀ ପାତ୍ର,ଗୀତା ନାୟକ, ନିରଞ୍ଜନ ପରିମାଣିକ, ନ୍ରୃସିହ ଚରଣ ଜେନା, ସଂଗ୍ରାମ କେଶରୀ ମାନସିଂହ, ବିଭୂତି ଭୂଷଣ ପ୍ରଧାନ, ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିପରି ବିଦ୍ୟାଳୟ ର ଶୈଖ୍ସିକ ଓ ବୈଷୟିକ ଉନ୍ନତି ପାଇଁ ଗଠିତ ଦୁଇ ଉପ କମିଟି ରେ ମଣ୍ଡଳ ବୈଷୟିକ ପରାମର୍ଶ ଦାତା, ଆଞ୍ଚଳିକ ସାଧନ ସଞ୍ଜୋଜକ ପ୍ରେମଚାନ୍ଦ ସାହୁ, ଶିକ୍ଷାବିତ୍ ତଥା ନାଟ୍ୟଵିତ୍ ଭିକାରୀ ଚରଣ ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି ।

Exit mobile version