‘ନିଟ୍‌’ପରୀକ୍ଷାରେ ସଫଳତା; ଡାକ୍ତର ହେବେ ମନିସରଞ୍ଜନ ମଲ୍ଲିକ ବିଭିନ୍ନ ବର୍ଗରୁ ଶୁଭେଚ୍ଛା

କୋରାଇ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :-  ଚଳିତ ବର୍ଷ ସର୍ବଭାରତୀୟ ଡାକ୍ତରୀ ଶିକ୍ଷା ନିମନ୍ତେ ଅନୁଷ୍ଠିତ ପ୍ରବେଶିକା(ରି-ନିଟ୍‌) ପରୀକ୍ଷାରେ କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡ଼ିଆ ଗ୍ରାମର ମନିସ ରଞ୍ଜନ ମଲ୍ଲିକ ସଫଳତା ହାସଲ କରିଛନ୍ତି । ସେ କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ସ୍ଥିତ ‘ପ୍ରୟାସ କଲେଜ ରେ +୨ ବିଜ୍ଞାନରେ ପାସ କରିବା ପରେ ସେଠାରେ ‘ନିଟ’ କୋଚିଙ୍ଗ ନେଉଥିଲେ । ‘ନିଟ’ ପରୀକ୍ଷାରେ ମୋଟ ୭୨୦ରୁ ୫୬୪ନମ୍ବର ରିଖି ସର୍ବଭାରତୀୟ ସ୍ତରରେ ୨୬୯୮୭ ଓ ଇଡବ୍ଲ୍ୟୁଏସରେ ୩୨୩୪ ର‌୍ୟାଙ୍କରେ ରହିଛନ୍ତି ।

ସଫଳତା ହାସଲ କରିଥିବା ମନିସ ତାଳଗଡ଼ିଆ ଗ୍ରାମର ତଥା ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ମଳୟ କୁମାର ମଲ୍ଲିକ ଓ ସାମ୍ବାଦିକା ରଶ୍ମିରେଖା ମଲ୍ଲିକଙ୍କ ପୁଅ ଏବଂ ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତଙ୍କ ଭଣଜା ଅଟନ୍ତି । ଏ ସଫଳତାର ଶ୍ରେୟ ତାଙ୍କ ଜେଜେ ପ୍ରାଧ୍ୟାପକ ଗୋକୁଳାନନ୍ଦ ମଲ୍ଲିକ ଓ ବପା-ମାଆ, ବଡବାପାଙ୍କ ସମେତ ‘ପ୍ରୟାସ’ର ଚେୟାରମ୍ୟାନ ନିହାରରଞ୍ଜନ ଦାସ ସହ ଅଧ୍ୟାପକ/ଅଧ୍ୟାପିକ ଏବଂ ପ୍ରୀତିରଞ୍ଜନ ବଳ ଓ ରଶ୍ମିତା ମିଶ୍ର ପ୍ରମୁଖ ଗାଇଡମାନଙ୍କ ପରାମର୍ଶ ତଥା ସମୟୋଚିତ ଶିକ୍ଷାଦାନ ଯୋଗୁ ଏସଫଳତା ମିଳିପାରିଛି ବୋଲି ମନିସ କହିଛନ୍ତି ।

ଗୁରୁଜନଙ୍କ ଆଶୀର୍ବାଦରୁ ସେ ଜଣେ ‘ଭେଷଜ(ମେଡିସିନ)ବିଶେଷଜ୍ଞ’ ଡାକ୍ତର ହୋଇ ଜନସେବା କରିବାକୁ ଆଶା ରଖିଥିବା କହିଛନ୍ତି ମନିସ । ଏହି ସଫଳତା ପାଇଁ ପଣ୍ଡିତ ଡଃ ସୂର୍ଯ୍ୟମଣି ଖୁଂଟିଆ, ଶିକ୍ଷାଦ୍ୟୋଗୀ ଡଃ ଅଭୟ ପତି, ବରିଷ୍ଠ ସାମ୍ବାଦିକ ଉଦୟ ନାଥ ଖଣ୍ଡାଇ, ସୁବାସ ଧଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ, ଶିକ୍ଷାବିତ ଦେବପ୍ରକାଶ ସାହୁ, ନବଘନ ସ୍ୱାଇଁ, ବିଜୟ କୁମାର ଧଳ, ଅଧ୍ୟାପକ ଅରୁଣ କୁମାର ମିଶ୍ର, ଦୟାନିଧି ନାୟକ, ସ୍ନେହଲତା ଦେଇଙ୍କ ସମେତ ବହୁମଣ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତା’ର ଉତରୋତର ଉନ୍ନତି କାମନା କରିଛନ୍ତି ।

Exit mobile version