ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍ର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ବିଜେଡି କଡ଼ା ନିନ୍ଦା କରୁଛି l
ଯୁବପିଢ଼ିଙ୍କ ସ୍ୱପ୍ନକୁ ପୋଲିସ୍ ବର୍ବରତା ଦ୍ୱାରା ଚାପି ଦିଆଯାଇପାରିବ ନାହିଁ l
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଆନେ୍ଦାଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍ର ବର୍ବରତାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରତି ପୋଲିସ୍ର ଏଭଳି ଅମାନୁଷିକ ଆକ୍ରମଣ ଦୁର୍ଭାଗ୍ୟଜନକ କହିଛି ବିଜୁ ଜନତା ଦଳ । ଦଳର ଉପସଭାପତି ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା ଏକ ପ୍ରେସ ବିବୃତ୍ତିରେ କହିଥିଲେ ଯେ, ନିଟ୍-ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ବିଭିନ୍ନ ଅନିୟମିତତା ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ଗଭୀର ଚିନ୍ତା ଓ ଅନିଶ୍ଚିତତାରେ ରହିଛନ୍ତି ।
