ସାମାଜିକ ସୁରକ୍ଷା ବିଭାଗ ଓ ଦି ବେଲ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ଆଡପ ଦର୍ଶନ

ପୁରୀ  (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :-  ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ୟ ମିଳେ ବୋଲି କଥିତ ଅଛି। ସେଥିପାଇଁ ସମସ୍ତେ ରଥ ଯାତ୍ରା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆକୁଳ ହୁଅନ୍ତି।ଏହି ବର୍ଷ ପ୍ରବଳ ଭିଡ ସତ୍ତ୍ୱେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ଆଡ଼ପ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୋତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜେ ତଦାରଖ କରି ପବିତ୍ର ହେରାପଞ୍ଚମୀରେ ସତୁରୀ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଓ ଚଳନ ଶକ୍ତି ହିନ ବରିଷ୍ଠ ନାଗରିକ ମାନଙ୍କୁ ଆଡ଼ପ ମଣ୍ଡପ ରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବାର ବ୍ୟବସ୍ଥା କରିଛନ୍ତି।ସେହି ପରି ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କୁ ଗୁଣ୍ଡିଚା ମନ୍ଦିର ଠୁ ବ୍ଲକିଙ୍ଗ ପଏଣ୍ଟ ବଡ ଶଙ୍ଖ ପର୍ଯ୍ୟନ୍ତ ଯିବା ଆସିବାରେ ଅସୁବିଧା ହେଉଥିବା ଜାଣି ସେଥି ପାଇଁ ତୁରନ୍ତ ଗାଡ଼ି ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ଜିଲ୍ଲା ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏକ ସହାୟତା କେନ୍ଦ୍ର ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ଖୋଲା ଯାଇଚି ।ଭିନ୍ନକ୍ଷମ ଦର୍ଶନ ବ୍ୟବସ୍ଥା ପାଇଁ ଦ ବେଲ୍ ଅନୁଷ୍ଠାନ ତରଫରୁ ୩୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେଇ ଛନ୍ତି।ଯେଉଁ ମାନେ ହୁଇଲ୍ ଚେୟାର ମାଧ୍ୟମରେ ଏହି ଦର୍ଶନ ବ୍ୟବସ୍ଥା କରାଉଛନ୍ତି।ମନ୍ଦିର ନୀତି ଓ ଭିଡକୁ ଲକ୍ଷ ରଖି ଏ ବ୍ୟବସ୍ଥା କରାଯାଉଛି।ସେହିପରି ଅତିଶୟ ବୟସ୍କ ବା ଗୁରୁତ୍ତର ଭିନ୍ନକ୍ଷମ ମାନଙ୍କୁ ଦର୍ଶନ ପାଇଁ ନ ଆଣିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

Exit mobile version