ଧର୍ମେନ୍ଦ୍ର ପ୍ରଧାନ ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ ବିକ୍ଷୋଭ

ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଏନଟିଏ କୁ ବିଲୋପ, ଜାତୀୟ ଶିକ୍ଷା ନୀତି ୨୦୨୦ବାତିଲ୍, ଓଡ଼ିଶା ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା,ପିଲାମାନଙ୍କ ପାଇଁ ତୁରନ୍ତ ନୂଆ ଛପା ବହି ଯୋଗାଇ ଦେବାକୁ ଓ ସୋନମ ୱାଂଚୁକ୍ ଙ୍କ ଗିରଫ ପ୍ରତିବାଦରେ ସୋମବାର ୧୧ ଘଟିକାରେ ପିକେଡିଏ ଛକରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା ।

ଦେଶ ର ଶିକ୍ଷା ଵିଭାଗ ନିଟ ପରୀକ୍ଷା କୁ ଏନଟିଏ ହାତ ରେ ଟେକି ଦେଇ ବ୍ୟବସାୟୀକରଣ ଉଦ୍ଦେଶ୍ୟ ରେ କୋଚିଂ ସେଣ୍ଟର୍ ଓ ଘରୋଇ ମେଡିକାଲ କଲେଜ ମାନଙ୍କ ବ୍ୟବସାୟିକ ସ୍ଵାର୍ଥ ରେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଲେ ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବାତିଲ ଓ ୨୭ ମେଧାବୀ ବିଦ୍ୟାର୍ଥୀ ଆତ୍ମ ହତ୍ୟା କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ।

ଦେଶରେ ଚାରିଆଡେ ପ୍ରତିବାଦ ହେଉଛି । ଏନଟିଏ ଭଳି ଏକ ଆଉଟ ସୋର୍ସିଂ ସଂସ୍ଥା ହାତରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଟେକିଦେବା ଓ ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଶିକ୍ଷାମନ୍ତ୍ରୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ଜନ୍ତର ମନ୍ତରରେ ସୋନମ ୱାଙ୍ଗଚୁକ୍ ଙ୍କ ସହ ଛାତ୍ର ସଂଗଠନ ମାନେ ଅନଶନ ୨୧ ଦିନରେ ପହଞ୍ଚିଲା ପରେ ମଧ୍ୟ କେନ୍ଦ୍ର ମୋଦି ସରକାର ନୀରବ ରହିଛନ୍ତି । କୌଣସି ଆଲୋଚନା ନ କରି ୱାଙ୍ଗଚୁକ୍ ଙ୍କୁ ଗିରଫ କରିବା ଓ ଗଣତାନ୍ତ୍ରିକ ଆନ୍ଦୋଳନକୁ ପୋଲିସ ଲାଠି ମାଡ଼ କରି ଭଣ୍ଡୁର କରିବା ପ୍ରତିବାଦ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ,

ଓଡ଼ିଶା ର ଶିକ୍ଷା ଵିଭାଗ ତୃଟି ପୂର୍ଣ୍ଣ ବହି ଛାପିବା ଓ ସେଥିରେ ପାଠ୍ୟ ପୁସ୍ତକ ରେ ଅବୈଜ୍ଞାନିକ, ଅଣଐତିହାସିକ, ସାମ୍ପ୍ରଦାୟିକ ତଥ୍ୟ କୁ ଅନ୍ତର୍ଭୁକ୍ତ କରିଥିବା ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ସହ ତୁରନ୍ତ ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ନୂଆ ପୁସ୍ତକ ଛାପି ସ୍କୁଲ୍ ରେ ଯୋଗାଇବା କୁ ଦାବୀ କରିଥିଲେ । ଉକ୍ତ ପ୍ରତିବାଦ ସଭା ରେ ସିଟୁ ଜିଲ୍ଲା ସମ୍ପାଦକ ଶରତ କୁମାର ରାୟଗୁରୁ ସଭାପତିତ୍ୱ କରିଥିଲେ।ଏଥିରେ କଂଗେସ ଦଳ ଜିଲ୍ଲା ସଭାପତି ଇଂ ରାଜେଶ କୁମାର ମିଶ୍ର,

ସିପିଏମର ଜିଲ୍ଲା ସମ୍ପାଦକ ଜଗନ୍ନାଥ ଦେଓ, ସୁରେନ୍ଦ୍ର ଜେନା, ସିପିଆଇର ବ୍ରଜବନ୍ଧୁ ପ୍ରଧାନ,ପ୍ରଦୀପ୍ତ ମହାନ୍ତି, ହରିହର ସେନାପତି,ସିପିଆଇ ଏମ ଏଲ୍ ଲିବରେସନ ର କିଷାନ୍ ପଟ୍ଟନାୟକ, ଓଡ଼ିଶା କୃଷକ ସଭା ର ଭୀମସେନ୍ ସ୍ୱାଇଁ, ସିପିଆଇ ଏମ ଏଲ ର ମୋହନ ନାଇଡୁ,ଆମ୍ବେଦକର ଲୋହିଆ ମଞ୍ଚ ର ଅକ୍ଷୟ ବେହେରା, ଅନାମ ବେହେରା, ଗୋପାଳ ପ୍ରଧାନ, ବିଭୂତି ରାଉତରାୟ, ସୁରେନ୍ଦ୍ର ତପସୁ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version