ରଥଯାତ୍ରା ୨୦୨୬ : ନକଲି ପାସ୍ ବ୍ୟବହାର ବିରୋଧରେ ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ

ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ରଥଯାତ୍ରା ୨୦୨୬ ଅବସରରେ ବିଭିନ୍ନ ସେବା, ସୁରକ୍ଷା ଓ ପ୍ରଶାସନିକ କାର୍ଯ୍ୟ ସୁଚାରୁରୂପେ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକୃତ କର୍ମଚାରୀ, ସେବାୟତ, ବିଭିନ୍ନ ବିଭାଗର ଅଧିକାରୀ, ଏନଜିଓ ପ୍ରତିନିଧି ଏବଂ ଅନ୍ୟ ଅନୁମୋଦିତ ବ୍ୟକ୍ତିମାନଙ୍କୁ ପାସ୍ ପ୍ରଦାନ କରାଯାଇଛି । ଏହି ପାସ୍‌ଗୁଡ଼ିକର ଯାଞ୍ଚ ପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରବେଶ ପଏଣ୍ଟରେ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯାଇଛି ।

ଯାଞ୍ଚ ସମୟରେ କିଛି ବ୍ୟକ୍ତି ନକଲି ପାସ୍ ବ୍ୟବହାର କରି ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଗୁଡ଼ିକୁ ଜବତ କରାଯାଇଛି । ଏଭଳି ନକଲି ପାସ୍ ପ୍ରସ୍ତୁତ, ବ୍ୟବହାର କିମ୍ବା ଏହାର ଅପବ୍ୟବହାର ସହ ଜଡିତ ବ୍ୟକ୍ତିମାନଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ତଦନ୍ତ ଜାରି ରହିଛି ।

ପୁରୀ ପୋଲିସ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କେବଳ ବୈଧ ଓ ଅଧିକୃତ ପାସ୍ ବ୍ୟବହାର କରନ୍ତୁ । ନକଲି ପାସ୍ ବ୍ୟବହାର କିମ୍ବା ଏହା ପ୍ରସ୍ତୁତ/ଯୋଗାଣରେ ସମ୍ପୃକ୍ତ ହେଲେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।

Exit mobile version