ଜନ୍ମବେଦୀ ରେ ବିଜେ ଚତୃର୍ଦ୍ଧା ମୂର୍ତ୍ତି; ଆଜିଠାରୁ ଆଡପ ଦର୍ଶନ

ମଧ୍ୟାହ୍ନ ରେ ଶ୍ରଦ୍ଧାଳୁ ପାଇବେ ଆଡପ ଅବଢ଼ା ;ହେରପଞ୍ଚମୀ ପାଇଁ ହେବ ବନକଲାଗି

ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଶନିବାର ରାତି ଏଗାରଟା ପରେ ଚତୃର୍ଦ୍ଧା ମୂର୍ତ୍ତି ରଥ ଉପରୁ ଗୋଟି ପହଣ୍ଡି ରେ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପ ରେ ବିଜେ କରିଛନ୍ତି | ଆଜି ନୀତିକାନ୍ତି ଶେଷ ହେବାପରେ ଭକ୍ତ ମାନଙ୍କୁ ଆଡପ ଦର୍ଶନ ଦେବେ ମହାବାହୁ | ଆଜି ଅପରାହ୍ନ ୨ଟା ପରେ ଭକ୍ତ ମାନେ ଆଡପ ଅଭଡ଼ା ପାଇପାରିବେ | ରାତିରେ ହେ୍ରାପଞ୍ଚମୀ ପାଇଁ ବନକ ଲାଗି ହେବେ ମହାପ୍ରଭୁ | ମହାପ୍ରଭୁଙ୍କ ପବିତ୍ର ଆଡ଼ପ ମଣ୍ଡପ ବିଜେ ନୀତି ଅତ୍ୟନ୍ତ ଶୃଙ୍ଖଳିତ, ସୁଚାରୁ ଓ ଭକ୍ତିମୟ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଛି ।

ଏହି ଅବସରରେ ସମସ୍ତ ସେବକ ଭାଇମାନଙ୍କୁ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଓଡ଼ିଶା ପୋଲିସର ଅଧିକାରୀ ଓ କର୍ମଚାରୀମାନଙ୍କୁ, ସ୍ୱେଚ୍ଛାସେବୀ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏବଂ ସର୍ବୋପରି ଅଗଣିତ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ହୃଦୟଭରା ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଉପରେ ତାଙ୍କର ଅସୀମ କୃପା ବର୍ଷା କରନ୍ତୁ ଏବଂ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ମଙ୍ଗଳମୟ କରନ୍ତୁବୋଲି ମୁଖ୍ୟ ପ୍ରଶାସକ ।

ଜନ୍ମବେଦୀରେ ମହାପ୍ରଭୁ । ଆଜିଠାରୁ ଆଡ଼ପ ଦର୍ଶନ, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ହେରାପଞ୍ଚମୀ ପାଇଁ ହେବ ଶ୍ରୀଜିଉଙ୍କ ବନକଲାଗି । ଆଜି ଅପରାହ୍ନରେ ବାହାରିବ ଆଡ଼ପ ଅଭଡ଼ା | ଆଜି ରାତି ୯ ଟାରେ ବନକଲାଗି ପାଇଁ ଆଡପ ଦର୍ଶନ ବନ୍ଦ ରହିବ | ଶ୍ରୀମନ୍ଦିର ପ୍ରଶାସନ ପକ୍ଷ ରୁ ବିଶେଷ ସୂଚନା ଦିଆଯାଇଛି ଯେ ଆଜି ରବିବାର ରାତି ରେ ବନକଲାଗି ନୀତି ଅନୁଷ୍ଠିତ ହେବ | ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ ।

ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ଘ.୯.୦୦ଟିକା ଠାରୁ ବିଳମ୍ବିତ ରାତ୍ର ଘ.୩.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଜନ୍ମବେଦୀରେ ଶ୍ରୀଜିଉ । ଆଜିଠାରୁ ଆରମ୍ଭ ହୋଇଛି ଆଡ଼ପ ଦର୍ଶନ । ବିଶ୍ୱାସ ରହିଛି କି ମହାପ୍ରଭୁଙ୍କର ବର୍ଷ ତମାମ ରତ୍ନବେଦୀରେ ଯେତେ ଦର୍ଶନ କଲେ ବି ବର୍ଷକୁ ଥରେ ରଥଯାତ୍ରାରେ ଆଡପ ମଣ୍ଡପ ଦର୍ଶନ କଲେ ମହାପୁଣ୍ଯ ମିଳିଥାଏ ।

ମହାପ୍ରଭୁଙ୍କର ଆଡପ ଅଭଡା ପାଇବା ବି ଭାଗ୍ଯର କଥା । ତେବେ ଏଠାରେ ଆଉ ଏକ ପରମ୍ପରା ରହିଛି କି ଶ୍ରାଦ୍ଧ ଦେବାର ପରମ୍ପରା । ଇନ୍ଦ୍ରଦ୍ଯୁମ୍ନ ପୁଷ୍କରିଣୀରେ ସ୍ନାନ କରି ଗୁଣ୍ଡିଚା ମନ୍ଦିରରେ ଆଡପମଣ୍ଡପ ଦର୍ଶନ ପରେ ବ୍ରାହ୍ମଣଙ୍କୁ ଅଭଡା ଦେଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୁଅନ୍ତି । ତା ସହ ମହାପ୍ରଭୁଙ୍କର ଏହା ହେଉଛି ବୃନ୍ଦାବନ ଲୀଳା । ଶୃଙ୍କଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷ ରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି l

Exit mobile version