ସନ୍ଫିଷ୍ଟ ମାରୀ ଲାଇଟ୍ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା
ଏକ ୨- ମିନିଟର ସନ୍ଫିଷ୍ଟ ମାରୀ ଲାଇଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଜରିଆରେ
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) (ନି. ପ୍ର) ପୁରୀ :- ପ୍ରଚୁର ସୂର୍ଯ୍ୟକିରଣ ପ୍ରାପ୍ତି ସତ୍ତ୍ୱେ ନିୟୁତ ନିୟୁତ ଭାରତୀୟଙ୍କୁ ଭିଟାମିନ ଡି’ର ଅଭାବ ପ୍ରଭାବିତ କରିଚାଲିଛି, ଅନେକ ସମୟରେ ସୀମିତ ସଚେତନତା କାରଣରୁ ଏହା ଜଣାପଡୁନାହିଁ । ଓଡ଼ିଶାର ସଂସ୍କୃତି ସହିତ ଏହାର ଅର୍ଥପୂର୍ଣ୍ଣ ସଂପୃକ୍ତିକୁ ଜାରି ରଖି ସନ୍ଫିଷ୍ଟ ମାରୀ ଲାଇଟ ଏକ ଭିଟାମିନ ଡି’ ସଚେତନତା ପ୍ରୟାସ ସନ୍ଫିଷ୍ଟସୂର୍ଯ୍ୟ ବରଦାନ ଆରମ୍ଭ କରିଛି । ଏହି ପ୍ରୟାସ ସୂର୍ଯ୍ୟଙ୍କ ସହିତ ସନ୍ଫିଷ୍ଟ ମାରୀ ଲାଇଟ୍ର ଦୀର୍ଘକାଳୀନ ସମ୍ପର୍କ ଏବଂ “ଭିଟାମିନ ଡି’ର ଉତ୍ତମତା” ବିଷୟ ଆଧାରରେ ପ୍ରସ୍ତୁତ କରାଯାଇଛି ।
