ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଛାତ୍ରୀ ସଫଳତା

ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ)(ନି. ପ୍ର) :- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ଜୁଲାଇ ୨୫ ତାରିଖରେ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳନ କରାଯିବ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ବକ୍ତୃତା, କବିତା ଆବୃତ୍ତି, ପ୍ରବନ୍ଧ ରଚନା ଓ ସାଧାରଣ ଜ୍ଞାନ ଭଳି ବିଭିନ୍ନ ସାହିତ୍ୟଭିତ୍ତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଗଜପତି ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ ।

ସେମାନଙ୍କ ମଧ୍ୟରୁ ବରିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ସୁଶ୍ରୀ ଅର୍ପିତା ନାୟକ, ଦଶମ ଶ୍ରେଣୀର ଛାତ୍ରୀ, ମହେନ୍ଦ୍ରତନାୟା ଆଶ୍ରମ ବିଦ୍ୟାଳୟ, ରାୟଗଡ଼ା ବ୍ଲକ୍ । ଏହି ସଫଳତା ପାଇଁ ଆସନ୍ତା ଜୁଲାଇ ୨୫ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସ୍ୱର୍ଣ୍ଣକ୍ଷେତ୍ର ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ ।

ଏହି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଜେନା, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ତାଙ୍କ ଅଭିଭାବକ ତଥା ଜିଲ୍ଲାବାସୀ ଆନନ୍ଦ ବ୍ୟକ୍ତ କରିଛନ୍ତି । ସେହିପରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଚାରକମଣ୍ଡଳୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତିର ସମସ୍ତ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି ।

Exit mobile version