Home ଓଡ଼ିଶା ପ୍ରଚାର ସର୍ବସ୍ବ ବିକାଶ ପୂର୍ବରୁ ଲୋକଙ୍କୁ ନର୍କକୁ ଠେଲି ନ ଦିଅନ୍ତୁ by Proprietor Abhimanyu Maharana 2 months ago Share on FacebookShare on TwitterWhatsapp ଖୋରଧା ଓ ନୟାଗଡ଼ ଜ଼ିଲା ଅଧୀନରେ ଆସୁଥିବା ୧୬ନଂ ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ ରାସ୍ତାକୁ ନେଇ ଏହି ରାସ୍ତା ନିର୍ମାଣ ହେବା ସମୟରେ ପ୍ରାୟ ୭ଶହରୁ ଅଧିକ ବଡ଼ବଡ଼ ଗଛକୁ କଟାଯାଇଥିଲା । ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଖୋରଧା ଓ ନୟାଗଡ଼ ଜ଼ିଲା ଅଧୀନରେ ଆସୁଥିବା ୧୬ନଂ ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ ରାସ୍ତା । ଭାରତ ଭଳି ଏକ ପ୍ରମୁଖ ଜନମଙ୍ଗଳ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ସୁରକ୍ଷିତ ସୁରକ୍ଷା ର ନୈତିକ ଦାୟିତ୍ୱ ହେଉଛି ନିର୍ବାଚିତ ଲୋକପ୍ରିୟ ସରକାରଙ୍କର ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଆସିବା ଯିବା ଏକ ସ୍ୱାଭାବିକ ପ୍ରକ୍ରିୟା ଏହି ନିର୍ବାଚିତ ସରକାର ମାନେ କ୍ଷମତାକୁ ଆସନ୍ତି ଲୋକଙ୍କ ସୁଖଦୁଃଖରେ ଭାଗିଦାରୀ ହୋଇ ତାହା ଲାଘବ କରିବା ପାଇଁ ରୋମ ନଗରୀ ଜଳି ଯାଉଥିବା ବେଳେ ସମ୍ରାଟ ନିରୋ ବଂଶୀବାଦନ କରିବା ଭଳି ନୁହେଁ.କ୍ଷମତାରେ ନଥାଇ ଦୀନ ଦରିଦ୍ର ବନ୍ୟା ପ୍ରପୀଡ଼ିତ ଦୁଖୀ ରଙ୍କିଙ୍କୁ ସେବା ଯୋଗାଇ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବେ ବି ଜନମାନସରେ ଚିର ଯାଜ୍ଜ୍ୱ ଲ ମାନ ହୋଇ ରହିଛନ୍ତି । ଗରିବଙ୍କ ମାଆବାପ ବୋଲାଇ ସେମାନଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରି ସରକାରୀ ରାଜକୋଷରୁ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ ମଧ୍ୟ କଟକଣା ଅଭାବରୁ ଯେତିକି ସଫଳତା ମିଳିବା କଥା ତାହା ହେଉ ନାହିଁ । ଏସବୁ ସତ୍ୱେ ସାମ୍ପ୍ରତିକ ସମାଜରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଲୋକଙ୍କ ଦୟନୀୟ ସ୍ଥିତିକୁ ଆକଳନ କରିବା ସହଜ ନୁହେଁ। ସରକାର ଏଥିପାଇଁ ଚିନ୍ତିତ ଓ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ସାମାଜିକ ପରିବର୍ତ୍ତନ ପାଇଁ ପର୍ଯ୍ୟାପ୍ତ ନୁହେଁ । ଯେତେ ଯାହା ଉତ୍ତେଜନା ଦେଶ ଦେଶ ମଧ୍ୟରେ ଦେଖାଦେଲେ ବି ପରମାଣୁ ଯୋଗୁ ପୃଥିବୀ ଧ୍ବଂସ ହେବ ନାହିଁ।ଧ୍ବଂସ ହେବ ଅସୁରକ୍ଷିତ ପ୍ରଦ୍ୟୁଷିତ ପରିବେଶ ଯୋଗୁ ଦ୍ରୁତଗତିରେ ପରିବେଷର ପ୍ରଦ୍ୟୁଷିତ ମାତ୍ରା ବୃଦ୍ଧି ପାଉଥିବା ବେଳେଏହାକୁ ରୋକିବା ଓ ସୁରକ୍ଷିତ ରଖିବା ପାଇଁ ସରକାରଙ୍କର ଆଇନ ଓ ଘୋଷଣା କେବଳ ଲୋକ ଦେଖାଣିଆ । ଓଡିଶା ସାରା ପରିବେଶ ର ସ୍ଥିତି ଅଳ୍ପେବାହୁତେ ପ୍ରାୟ ସମାନ ତେବେ ଆଜିର ଆଲୋଚନା ଖୋରଧା ଓ ନୟାଗଡ଼ ଜ଼ିଲା ଅଧୀନରେ ଆସୁଥିବା ୧୬ନଂ ଜାତୀୟ ରାଜପଥର ଟାଙ୍ଗୀ ଚାନ୍ଦପୁର ବାଇପାସ ରାସ୍ତାକୁ ନେଇ ଏହି ରାସ୍ତା ନିର୍ମାଣ ହେବା ସମୟରେ ପ୍ରାୟ ୭ଶହରୁ ଅଧିକ ବଡ଼ବଡ଼ ଗଛକୁ କଟାଯାଇଥିଲା । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପ୍ରାୟ ୧୦/୧୫ବର୍ଷ ପୂର୍ବରୁ ଶେଷ ହେଲାଣି ଦୁଃଖର ବିଷୟ ଜାତୀୟ ରାଜପଥ ପ୍ରାଧିକରଣ ଙ୍କ ତରଫରୁ ସେହି ରାସ୍ତା ପାର୍ଶ୍ୱରେ ଗୋଟିଏ ହେଲେ ବୃକ୍ଷ ରୋପଣ କରିନାହାଁନ୍ତି । ଲୋକଙ୍କ ଅର୍ଥରେ କାମ ହେଉଛି । ଅଥଚ ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେମାନଙ୍କ ପ୍ରତି ଦୟା ବୋଲି କର୍ତ୍ତୃପକ୍ଷ ଭାବୁଛନ୍ତି । ସରକାରୀ ତହବିଲରୁ ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ତାହାର କାର୍ୟ୍ୟକାରିତା କୁ ସରକାର ଅଣଦେଖା କରିବା ଦ୍ଵାରା କେବଳ କାଗଜପତ୍ରରେ ପ୍ରକ୍ରିୟା ଶେଷ ହେଉଥିବା ଦର୍ଶାଯାଉଛି । ଯେଉଁ ସଂଖ୍ୟାରେ ବୃକ୍ଷ କଟାଯାଇଛି ତାହାର ଦୁଇଗୁଣା ଗଛ ରୋପଣ କରାଯିବାର ସରକାରୀ ବ୍ୟବସ୍ଥା ଥିବା ବେଳେ ବାସ୍ତବତା ଠାରୁ ଏହା ବହୁ ଦୂରରେ ଏଥିରେ କିଂତୁ ସରକାରଙ୍କର ଦିଲ ଖୁସ । ୧୬ନଂ ଜାତୀୟ ରାଜପଥରେ ଟାଙ୍ଗୀ ଚାନ୍ଦପୁର ବାଇପାସ ହେବା ଫଳରେ ଟାଙ୍ଗୀ ଚାନ୍ଦପୁର ବଜାର ମଧ୍ୟରେ ଯାଇଥିବା ପୂରୁଣା ୫ଞ୍ଜାତୀୟ ରାଜପଥକୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦିଆଗଲା । ଏହି ସାଢେ ୪କିମି ଦୂରତା ବିଶିଷ୍ଟ ପୂର୍ତ୍ତ ଵିଭାଗ ରାସ୍ତାକୁ ୪ଥାକିଆ ରାସ୍ତା କରିବା ପାଇଁ ସେହିପରି ବହୁପୁରୁଣା ୭୨୨ଟି ଗଛର ମୁଳୋତ୍ପାଟନ କରାଗଲା । ପ୍ରାୟ ୨ବର୍ଷ ପୂର୍ବରୁ ଏହି ଗଛ ଗୁଡିକୁ କଟାଯାଇ ତାଜାଗାରେ ୧୪୪୪ଟି ଗଛରୋପଣ ହେବାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ଏହି ଗଛ ଲଗାଇବାକୁ ନେଇ ସନ୍ଦେହ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ପଲିଥିନ ପଲିଥିନ ବ୍ୟବହାର ଓ ଏହାର ବର୍ଜନକୁ ନେଇ ସରକାରୀ ଘୋଷଣାନାମା ରହିଛି । ତାହା କେବଳ ସରକାରୀ କାଗଜପତ୍ରରେ ସୀମିତ ଏହାର ବହୁଳ ବ୍ୟବହାର ପରିବେଶକୁ ପୂର୍ଣ୍ଣମାତ୍ରାରେ ପ୍ରଦ୍ୟୁଷିତ କରିବାରେ ଲାଗିଛି । ଏହି ପଲିଥିନ ବର୍ଜନ କୁ ତଦାରଖ କରିବା କାହାର ଦାୟିତ୍ୱ ତାହା କେବଳ ସରକାର ହିଁ ଜାଣନ୍ତି । ଚାନ୍ଦପୁର ହେଉଛି ପାଖ ପଡୋଶୀ ୪ଟି ଜ଼ିଲାର ପ୍ରମୁଖ ବଜାର ଏହି ରାସ୍ତା ଦେଇ ବହୁ ପଦସ୍ଥ ସରକାରୀ ଅଧିକାରୀଙ୍କ ସମେତ ବିଧାୟକ ମନ୍ତ୍ରୀ ମାନେ ଯାତାୟାତ କରୁଛନ୍ତି । ଚାନ୍ଦପୁର ବଜାର ମଧ୍ୟ ଦେଇ ଯାଇଥିବା ୪ଥାକିଆ ରାସ୍ତା ମଝିରେ ଥିବା ପୃଥିକରଣ ଦେଢଫୁଟିଆ ଜାଗାରେ ପରିବା ବ୍ୟବସାୟୀ ମାନେ ସମସ୍ତ ବର୍ଜ୍ୟ ବସ୍ତୁ ଓ ବହୁ ପରିମାଣର ପଲିଥିନ ଇତ୍ୟାଦିକୁ ଗଡ଼ାଇ ଏକ ଡ଼ମ୍ପି ୟାର୍ଡ଼ ରେ ପରିଣତ କରିଦେଲେଣି । ଏହା କୁ ରୋକିବା ଓ ଏହାର ବିକଳ୍ପ ବ୍ୟବସ୍ଥା କରିବା ଦାୟିତ୍ୱ କାହାର ସାଧାରଣ ଜନତା ଜାଣିପାରୁନାହାଁନ୍ତି । ସରକାରଙ୍କ ଅଧସ୍ତନ ପ୍ରଶାସନିକ ଅଧିକାରୀ ମାନେ ନୀରବ ଦ୍ରଷ୍ଟା ସାଜିବା ଦ୍ଵାରା ଚାନ୍ଦପୁର ପରିବେଶ ପୁତି ଗଂଧମୟରେ ପରିଣତ ହେଲାଣି ଏପରି ଅସ୍ୱାସ୍ଥ୍ୟକର ପରିବେଶ ଲୋକଙ୍କ ପାଇଁ ଆଦୌଁ ସହାୟକ ନୁହେଁ । ଏହାର ନିରାକରଣ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣର ଜରୁରୀ ଆବଶ୍ୟକତା ରହିଛି । ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼େଇ ଦିଆଯାଇନପାରେ l Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026