କଟକରେ ଓଡ଼ିଶାର ସର୍ବବୃହତ ବିଶ୍ଵନାଥ ପଣ୍ଡିତ ପାଠାଗାର ଉଦଘାଟିତ

କଟକ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- କଟକର ଖାନନଗର ଠାରେ ଓଡିଶାର ସର୍ବବୃହତ ତଥା ଅତ୍ୟାଧୁନିକ ପାଠାଗାର ” ବିଶ୍ବନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର” ଓଡ଼ିଶାର ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଆଜି ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଜ୍ଞାନ, ଗବେଷଣା ଓ ପଠନ ସଂସ୍କୃତିର ବିକାଶ ଦିଗରେ ଏହି ପାଠାଗାର କଟକ ତଥା ସମଗ୍ର ଓଡିଶା ପାଇଁ ଏକ ନୂତନ ମାଇଲଖୁଣ୍ଟ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ବାରବାଟି-କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ୍, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଚୈ।ଦ୍ବାର-କଟକ ବିଧାୟକ ଶ୍ରୀ ସୈ।ଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ, କଟକ ଆରକ୍ଷୀ ଉପ-ଆୟୁକ୍ତ ଶ୍ରୀ ଋଷିକେଶ ଖୂଲାରୀ, କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରଣ ଦୀପ ସହୋଟା , କଟକ ମହାନଗର ନିଗମ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ,ଉପ-ଆୟୁକ୍ତ ଶ୍ରୀ କଳ୍ପତରୁ ବେହେରା, ଶ୍ରୀମତୀ ସୋନା ଟୁଡୁ, ଶ୍ରୀ ଜୁବୁଲି ବେହେରା,

ସହକାରୀ ଆୟୁକ୍ତ ଶ୍ରୀ ଅଶୋକ କୁମାର ଲେଙ୍କା,ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହିତ କଟକ ମହାନଗର ନିଗମର ସମସ୍ତ କର୍ପୋରେଟର ମାନେ ଉପସ୍ଥିତ ଥିଲେ। ଏହି କେନ୍ଦ୍ରୀୟ ପାଠାଗାର ସମଗ୍ର ଓଡ଼ିଶାରେ ସର୍ବବୃହତ ପାଠାଗାର ଏବଂ ଏହା ସମସ୍ତ ଜନସାଧାରଣ ଓ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ମୂଖ୍ୟ ଅତିଥିଙ୍କ ସହ ସମସ୍ତ ଅତିଥିମାନେ ମତପ୍ରକାଶ କରିଥିଲେ। ଅତ୍ୟାଧୁନିକ ସୁବିଧାସମ୍ପନ୍ନ ଏହି ପାଠା ଗାରରେ ୧ ଲକ୍ଷରୁ ଅଧିକ ପୁସ୍ତକ ସହ ୧ ହଜାରରୁ ଅଧିକ ପିଲାଙ୍କ ପାଇଁ ବସି ପାଠ ପଢିବାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ପୁରା ଲାଇବ୍ରେରୀ ଇଣ୍ଟରନେଟ, ଫଟୋ କପି ଆଦି ସୁବିଧା ସୁଯୋଗ ରଖା ଯାଇଛି, ଶିଶୁ ପଠନ କ୍ଷେତ୍ର, ଗବେଷଣା ସୁବିଧା, କେନ୍ଦ୍ରୀୟ ଏସି ବ୍ୟବସ୍ଥା ରହିଛି ।

Exit mobile version