ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) ,ପୁରୀଜିଲ୍ଲା ପକ୍ଷରୁ ପିକେଆରଆଇଟି କଲୋନୀ ତାରିଣୀ ମନ୍ଦିର ନିକଟରେ ରଥଯାତ୍ରୀ ମାନଙ୍କୁ ଜଳ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପୁରୀ ସଦରବ୍ଲକର ପ୍ରାକ୍ତନ ବିଡିଓ ଦେବଦତ୍ତ ଷଡଙ୍ଗୀ ଓ ତାଙ୍କ ଧର୍ମପତ୍ନୀ ନିରୁପମା ଷଡ଼ଙ୍ଗୀ ଉପସ୍ଥିତ ରହି ଜଳ ବଣ୍ଟନ କରିଥିଲେ । ତାଳବଣିଆ ବସଷ୍ଟାଣ୍ଡରୁ ଚାଲି ଚାଲି ଯାତାୟାତ କରୁଥିବା ରଥଯାତ୍ରୀ ମାନଙ୍କୁ ପିଇବା ପାଣି ବୋତଲ ବଣ୍ଟନ କରାଯାଇଥିଲା ।
