
ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) କଳାହାଣ୍ଡି :- କଥାରେ ଅଛି, “ଖେତ୍ କେ ମୁଡ଼ା, ଘର୍ କେ ବୁଡ଼ା ।” ଅର୍ଥାତ୍ କୃଷିକ୍ଷେତ୍ର ପାଇଁ ଜଳାଶୟଟିଏ ଯେତିକି ଉପକାରୀ, ପରିବାର ପାଇଁ ବୟସ୍କ ବ୍ୟକ୍ତି ସେତିକି ଜରୁରୀ । ବରିଷ୍ଠ ନାଗରିକମାନେ ଅଲୋଡ଼ା ନୁହଁନ୍ତି। ସମାଜର ପ୍ରଗତିରେ ସେମାନଙ୍କ ଅବଦାନ ଅପରିହାର୍ଯ୍ୟ ବୋଲି ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ବୁଢ଼ୀପଦର ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ବୟସ୍କ ଦିବସ ସମାରୋହରେ ବକ୍ତା ଭାବେ ଯୋଗଦେଇ ସେ ଏପରି ମତବ୍ୟକ୍ତ କହିଥିଲେ ।
ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଲନ୍ କୁମାର ଭୋଇଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ । ଏଥିରେ ଅନୁଷ୍ଠାନର ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ, ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ । ( ରିପୋର୍ଟ ପ୍ରଦୀପ କୁମାର ଗଉଡ )
