Home ଓଡ଼ିଶା ତାଳଧ୍ୱଜ ଓ ଦେବୀଦଳନ ରଥ ଲାଗିଲା ମାଉସୀ ମା ମନ୍ଦିର ଖଳାରେ : ଶ୍ରୀମନ୍ଦିର ଖଳାରେ ଅଟକିଲା ନନ୍ଦିଘୋଷ by Proprietor Abhimanyu Maharana 2 months ago Share on FacebookShare on TwitterWhatsapp ଚକାଶିଳା କ୍ଷେତ୍ର ରଣପୁରରେ ମହା ଆଡ଼ମ୍ବରରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଚକାଶିଳା କ୍ଷେତ୍ରର ଶ୍ରୀଗୁଣ୍ଡିଚା ଯାତ୍ରା ସୃଷ୍ଟି କରିଥିଲା ଏକ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ । ରଣପୁର (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଚକାଶିଳା କ୍ଷେତ୍ର ରଣପୁରରେ ଉଭା ଉତ୍ସବ ପରେ ଗୁରୁବାର ବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବହୁ ବର୍ଷ ଧରି ରାଜାରଜୁଡ଼ା ଅମଳରୁ ପାରମ୍ପରିକ ନୀତିକାନ୍ତି ଅନୁସାରେ ରଥଯାତ୍ରା ପାଳନ ହୋଇଆସୁଅଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର, ନେତ୍ରୋତ୍ସବ ସମେତ ବିଭିନ୍ନ ନୀତିକାନ୍ତି ମନ୍ଦିରରେ ସମ୍ପନ୍ନ ହେବା ପରେ ଶ୍ରୀଜୀଉମାନେ ବଡ଼ଦାଣ୍ଡରେ ସୁସଜ୍ଜିତ ତିନି ରଥରେ ବିଜେ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ପାରମ୍ପରିକ ନୀତିକାନ୍ତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ବିଜେ କରିବେ । ମନ୍ଦିରରେ ମଙ୍ଗଳ ଆଳତି ନୀତି ସମାପ୍ତ ହେବା ପରେ ଅବକାଶ ନୀତି ସମ୍ପନ୍ନ କରାଯାଇଥିଲା । ପରବର୍ତ୍ତୀ ସମୟରେ ବଲ୍ଲଭ ନୀତି ସହିତ ରଥ ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ମହାପ୍ରଭୁଙ୍କ ସକାଳ ଧୂପ, ଧୋବ ପଖାଳ ଓ ମଙ୍ଗଳା ଅର୍ପଣ ନୀତି ସମାପନ ହୋଇଥିଲା । ଏହାପରେ ଅପରାହ୍ନରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରକୁ ବିଜେ କରାଯାଇଥିଲା । ରାଜା ଶ୍ରୀ ଶ୍ରୀ ଦିଲ୍ଲୀପ ଚନ୍ଦ୍ର ସିଂହଦେଓଙ୍କ ରାଜପୁରୋହିତଙ୍କ ଦ୍ୱାରା ତିନି ରଥର ଛେରା ପହଁରା ନୀତି ସମ୍ପନ୍ନ କରାଯାଇଥିଲା । ପରେ ହଜାର ହଜାର ଭକ୍ତଙ୍କ ଗହଳି ମଧ୍ୟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିବା ବେଳେ ମହିଳାମାନଙ୍କ ଦ୍ୱାରା ସୁଭଦ୍ରାଙ୍କ ଦେବୀଦଳନ ରଥ ଟଣାଯାଇ ମାଉସୀମା’ଙ୍କ ରଥଖଳାରେ ଲାଗିଥିଲା । ଅନ୍ୟପକ୍ଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମନ୍ଦିରଖଳାରେ ଅଟକି ରହିଥିଲା । ଆଜିର ମେଘୁଆ ପାଗ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ତହସିଲଦାରଙ୍କ ସମେତ ପୋଲିସ ଓ ମନ୍ଦିର ପ୍ରଶାସନର ନେତୃତ୍ୱରେ ତାଳଧ୍ୱଜ ଓ ଦେବୀଦଳନ ରଥ ଗୁଣ୍ଡିଚା ମନ୍ଦିର ରଥଖଳା ନିକଟରେ ପହଞ୍ଚିଥିଲା ଏବଂ ସମଗ୍ର ରଥଯାତ୍ରା ସୁରୁଖୁରୁରେ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆମ୍ବୁଲାନ୍ସ, ଅଗ୍ନି ନିର୍ବାହୀ ବିଭାଗ, ଏନଏସି ପକ୍ଷରୁ ପାଣି ଟ୍ୟାଙ୍କର ଓ ସଫେଇ କର୍ମଚାରୀମାନେ ନିୟୋଜିତ ରହିଥିଲେ । ରଥର ମୁଖ୍ୟ କାରିଗର କବିରାଜ ମହାରଣା ଓ ଅନ୍ୟ କାରିଗରଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଧାନସଭା ବାଚସ୍ପତି, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇ ରଥ ଟାଣିଥିଲେ । ରଥଯାତ୍ରାରେ ବିପୁଳ ଜନସମାଗମ ହୋଇଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ପରିବେଶ ପରିଲକ୍ଷିତ ହୋଇଥିଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026