କ୍ଷତି ପୂରଣ ଦାବିରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ, ଦାବି ପତ୍ର ପ୍ରଦାନ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର ) ବରଗଡ଼  :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଡ଼ ଆନକି ଗ୍ରାମ ର ଚାଷୀ ମାନେ ବିଗତ ବର୍ଷାରେ ନଦୀ ପାଣି ମାଡି ଶତାଧିକ ଏକର ଫସଲ ନଷ୍ଟ ହେବା ଅଭିଯୋଗ କରି ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତ ଅଗଷ୍ଟ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଯୋଗୁଁ ନଦୀ ରେ ବନ୍ୟା ବିତ୍ପାତ ହୋଇଥିବା ବେଳେ ପାଣି ଧାନ ଫସଲ ଉପରେ ମାଡ଼ି ନଷ୍ଟ ହୋଇଯାଇଛି ।

ତେବେ ଏ ପର୍ଯ୍ୟନ୍ତ ଏହାର ସରକାରୀ ଭାବେ ଆକଳନ କରାଯାଇ ନାହିଁ । ଫଳରେ ଚାଷୀ ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ ହେବେ । ଏ ସଂପର୍କରେ ଉକ୍ତ ଗ୍ରାମର ଚାଷୀ ମାନେ ଝାରବନ୍ଧ ତହସିଲଦାର ଙ୍କୁ ଭେଟି ଏକ ଦାବି ପତ୍ର ଦେବା ସହ ଭଚିତ୍ କ୍ଷତି ପୂରଣ ଦେବାକୁ ଦାବି କରିଥିଲେ ।
‌(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version