ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ

ପୁରୀ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ମହାପ୍ରଭୁ ସୁସ୍ଥ ହେବେ ପରେ ବିଦ୍ଯାପତି ବଂଶଜ ଭାବେ ଶୁଦ୍ଧ ସୁଆର ମାନେ ଆଜି ମହାପ୍ରଭୁଙ୍କୁ ଖଳି ଲାଗି ସେବା ନୀତି ପାଇଁ (ପ୍ରଲେପ) କୁ ରୂପା ପିଙ୍ଗଳରେ ରଖି ଦଇତାପତି ସେବକ ମାନେ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଶୁଦ୍ଧ ସୁଆର ମାନେ ନିଜ ବାସଭବନରେ ଶୁଦ୍ଧତା ଭାବେ ପ୍ରସ୍ତୁତ କରିଥିଲେ ।

ଶ୍ରୀମନ୍ଦିରରୁ ଘଣ୍ଟ ଛତା ସହ ଡାକରା ଯିବା ପରେ ଶୁଦ୍ଧ ସୁଆରଙ୍କ ବାସଭବନରୁ ଖଳି ଧରି ପଟୁଆରରେ ଶ୍ରୀମନ୍ଦିର ଆସିଥିଲେ । ଦଇତାପତି ମାନେ ଶ୍ରୀବିଗ୍ରହଙ୍କୁ ଗୁପ୍ତ ସେବା ଭାବେ ଖଳି ଲାଗି କରିଥିଲେ । ସଂଧ୍ଯା ସମୟରେ ଖଳି ବିଜେ ହୋଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ ।

Exit mobile version