ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ସେବାୟତଙ୍କ ରାଜପ୍ରାସାଦ ବିଜେ

 ଜଗତସିଂହପୁର (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ସ୍ଥିତ ଧ୍ୟାନକୁଦ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତ ମାନେ ରବିବାର ରାଜପ୍ରାସାଦ ବିଜେ କରିଛନ୍ତି l ଦେବସ୍ନାନ ପୂର୍ଣ୍ଣିମା ଠାରୁ ଦ୍ୱାଦଶୀ ପର୍ଯ୍ୟନ୍ତ ଶ୍ରୀ ଜୀୟୁ ମାନେ ଅଣସର ଘରେ ବିଜେ କରିଥିଲେ l ସେଠାରେ ଦୈତା ସେବକ ମାନେ ମହାପ୍ରଭୁଙ୍କୁ ଅଣସର ସେବା ମାଧ୍ୟମରେ ସେବା ଶୁଶ୍ରୁଷା କରି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କୁ ଆରୋଗ୍ୟ ଲାଭ କରାଇଛନ୍ତି l ଏହି ସେବାର ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ସେବାୟତ ନିଯୋଗ ର ମୁଖ୍ୟ ବିଶ୍ୱାବସୁ ବିଭୁଦତ୍ତ ସାହୁ ଓ ତାଙ୍କର ସମସ୍ତ ସେବାୟତ ବୃନ୍ଦ l

ମହାପ୍ରଭୁଙ୍କ ଆରୋଗ୍ୟ ଲାଭ ପାଇଁ ପଞ୍ଚାମିତିଥିରୁ ଫୁଲରି ତେଲ ଲାଗି କରାଯାଇଥିଲା l ଓ ଦଶମିତିଥିରୁ ଦ୍ୱାଦଶୀ ପର୍ଯ୍ୟନ୍ତ ଦଶମୁଳି ମୋଦକ ଲାଗି କରାଯାଇଥିଲା l ଏହିସେବାର ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ମଇନ୍ଦିପୁର ଗ୍ରାମର ଦେବ ବୈଦ୍ୟ ଡା ଶ୍ରୀକୁମାର ଦାଶ l ମହାପ୍ରଭୁଙ୍କ ଆରୋଗ୍ୟ ଲାଭ ପରେ ବିଶ୍ୱାବସୁ ମରାଜ ଙ୍କ ନେତୃତ୍ୱରେ ସମସ୍ତ ବାଡ଼ଗ୍ରାହୀ ଓ ସମସ୍ତ ଦୈତା ସେବକ ମାନେ ଠାକୁର ରାଜାଙ୍କ ବାସଭବନ କୁ ମହାପ୍ରଭୁଙ୍କ ଆରୋଗ୍ୟ ଖବର ଦେବାପାଇଁ ରାଜନର କୁ ବିଜେ କରିଥିଲେ l ସେଠାରେ ଠାକୁର ରାଜାଙ୍କ ସହିତ ସମସ୍ତ ରାଜ ପରିଷଦର କର୍ମକର୍ତ୍ତା ବିଶ୍ୱାବସୁ ଓ ସମସ୍ତ ସେବାୟତଙ୍କୁ ସମ୍ମାନର ସହ ପାଛୋଟୀ ନେଇଥିଲେ l

ସେଠାରେ ଦୀର୍ଘ 3 ଘଣ୍ଟାଧରି ଠାକୁର ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କ ପୌର ହିତ୍ୟରେ ଅନୁଷ୍ଠିତ ରାଜସଭାରେ ବିଶ୍ୱାବସୁ ବିଭୁଦତ୍ତ ସାହୁ ସଂଯୋଜନା କରିଥିଲେ l ଶଙ୍କରାଚାର୍ଯ୍ୟ ବାବା ଅରକ୍ଷିତ ଦାସ, ପାଟରାଜା ପ୍ରଭାତ କୁମାର ନନ୍ଦୀ,ମୂଦିରସ୍ତ ବିଜୟ କୁମାର ମିଶ୍ର, ଚଢ଼ାଉ କରଣ ବରଦା ପ୍ରାସାଦ ମହାପାତ୍ର, ବିଦ୍ୟାପତି ବିଷ୍ଣୁ ଚରଣ ମିଶ୍ର, ରାଜଗୁରୁ ତୀର୍ଥlନନ୍ଦ ମିଶ୍ର, କୋଠକରଣ ବାମଦେବ ସ୍ୱାଇଁ, ଦେଉଳକରଣ ରୁପେଶ କର, ପୂଜାପଣ୍ଡା ସଚ୍ଚିଦାନନ୍ଦ ମିଶ୍ର, କମଳାକାନ୍ତ ମିଶ୍ର ଙ୍କ ସହ ସମସ୍ତ ସେବାୟତ ଉପସ୍ଥିତ ଥିଲେ ମହାପ୍ରଭୁଙ୍କ ଆରୋଗ୍ୟ ଲାଭ, ରଥ ଯାତ୍ରାର ସୁପରିଚାଳନା ଓ ଅନାନ୍ୟ ସମସ୍ତ କାର୍ଯ୍ୟ ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା l

Exit mobile version