ତିନି ଦଫା ଦାବିକୁ ନେଇ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଲେ ସାମାଜିକ କର୍ମୀ

କଟକ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟୁଥ୍ ଚାରିଟେବୁଲ ଟ୍ରଷ୍ଟ ର ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ବମପତି ଙ୍କୁ ରାଜ୍ୟପାଳ ଭବନରେ କଟକର ବିଭିନ୍ନ ସମସ୍ୟାକୁ ନେଇ ଏକ ସୈ।ଜନ୍ଯମୂଳକ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। କଟକରେ ତେଲୁଗୁ ଭାଷାଭାଷୀ ସମ୍ପ୍ରଦାୟର ଅଧିବାସୀମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କଟକ ସତୀଚୈ।ରା ରେ ଥିବା ତେଲୁଗୁ ସମ୍ପ୍ରଦାୟ ଲାଗି ଉଦ୍ଦିଷ୍ଟ ଶ୍ମଶାନ ଭୂମିର ବିକାଶ କାର୍ଯ୍ୟ ସମାପ୍ତ କରିବା, ଦକ୍ଷିଣ ଭାରତରୁ ଆସୁଥିବା ଭକ୍ତମାନଙ୍କ ଲାଗି ଏକ ବିଶ୍ରାମ ଗୃହର ପ୍ରତିଷ୍ଠା ତଥା ଆର୍ଥିକ ଦୂର୍ବଳ ତେଲୁଗୁ ପରିବାର ପାଇଁ ଏକ ସୁଲଭ ସମ୍ପ୍ରଦାୟର ବିବାହ ମଣ୍ଡପ ନିର୍ମାଣ ପାଇଁ ପ୍ରତିନିଧି ମଣ୍ଡଳୀ ମାନ୍ୟବର ରାଜ୍ୟପାଳ ଙ୍କ ସହ ଏକ ବିସ୍ତୃତ ଆଲୋଚନା କରିଥିଲେ।

ମାନ୍ୟବର ରାଜ୍ୟପାଳ ଏହି ଦାବି କୁ ସହୃଦୟତାର ସହ ଗ୍ରହଣ କରି ପ୍ରକୃତ ଆବଶ୍ୟକତା ଗୁଡ଼ିକୁ ଯଥାଶୀଘ୍ର ପୁରଣ କରିବା ଲାଗି ପ୍ରୟାସ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ମାନ୍ୟବର ରାଜ୍ୟପାଳ ଙ୍କ ଏହି ସହୃଦୟତା ଲାଗି ୟୁଥ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାନ୍ୟବର ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Exit mobile version