ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ବନ ମହୋତ୍ସବ ଅବସରରେ ନୟାଗଡ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ଭାଗିରଥୀ ହାଇସ୍କୁଲ ପରିସରରେ ବ୍ୟାପକ ଭାବେ ବିଭିନ୍ନ କିସମର ବୃକ୍ଷ ରୋପଣ ହୋଇଛି|ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ସ୍ବାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ହାଇସ୍କୁଲର ଇକୋ କ୍ଲବ ଆଗେଇ ନେଇଥିବାବେଳେ ଏହି ପରିଵେଶ ସଚେତନତା ଧର୍ମୀ କାର୍ଯକ୍ରମରେ ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଭାପତି ନବ କିଶୋର ପରିଡ଼ା,

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସ, ଶିକ୍ଷକ ବିଭୂତି ଭୂଷଣ ରଣସିଂହ,ସୂର୍ଯ୍ୟତା ବେହେରା, ଅନସୂୟା ବେହେରା, ଲୋମିତ ପ୍ରିୟଦର୍ଷିନି,, ସ୍ୱାଗତିକା ମହାନ୍ତି, ବେଣୁଧର ବିଶ୍ବାଳ, ରାଜେଶ କୁମାର ପଣ୍ତା, ଦୀପକ କୁମାର ମଙ୍ଗଲ, କିଶୋର କୁମାର ଭଞ୍ଜ, ଚିତ୍ତ ରଞ୍ଜନ ଦାଶ, ଯୋଗେଶ ରାଉଳ, ରାମ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ଶହ ବୃକ୍ଷ ରୋପଣ ନୁହେଁ ଏହାକୁ ବଞ୍ଚାଇ ପାରିଲେ ଏହାର ଅସଲ ଉଦ୍ଦେଶ୍ୟ ସାଧିତ ହେବ ବୋଲି ସମସ୍ତଙ୍କୁ ସଚେତନ କରାଇଥିଲେ l

Exit mobile version