ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- ବିଧାନସଭା ସମ୍ମୁଖରେ ନିଜ ମା ବେକରେ ଛୁରୀ ଲଗାଇଲା ପୁଅ, ମନ୍ତ୍ରୀ ଓ ବିଧାୟକଙ୍କୁ ଗାଳି କରୁଥିବାର ଦେଖିବାକୁ ମିଳିଥିଲା, କିଛି ସମୟ ପରେ ହଟାତ ମହିଳାଙ୍କ ବେକରେ ଛୁରୀ ଲଗାଇ ଗାଳିଗୁଲଜ କରୁଥାନ୍ତି । ମୌସୁମୀ ଅଧିବେଶନ ସମୟରେ ଏତେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଏଭଳି ସାହସ କରିଛନ୍ତି ପୁଅ ଜିତେନ୍ଦ୍ର ପାଳ । କାରଣ ଅସ୍ପଷ୍ଟ ଥିବା କହିଛି ପୋଲିସ ।
ତଥ୍ୟ ମୁତାବକ ସେ କିଛିଦିନ ହେଲା ମାନସିକ ସନ୍ତୁଳନ ହରାଇ ବସି କିଛି କିଛି ଅଜବ କାଣ୍ଡ ଘଟାଉଥିଲା । ପୋଲିସ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ନିଜ ଗାଁ ଦଶପଲ୍ଲା ଖମାରି ସାହି, ଝରଣା ନିଜ ପୁଅକୁ ଜିତେନ୍ଦ୍ରଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । କିନ୍ତୁ ହଠାତ ବିଧାନସଭା ଆଗରେ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ ଜିତେନ୍ଦ୍ର ।
ବିଧାନସଭା ଅଧିବେଶନ ଜାରି ରହିଥିବାରୁ ସୁରକ୍ଷାକର୍ମୀ ତାଙ୍କ ନିକଟକୁ ଦଉଡି ଆସି ବହୁ କଷ୍ଟରେ ଝରଣାଙ୍କୁ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗତ କିଛି ବର୍ଷ ହେବ ଜିତେନ୍ଦ୍ରଙ୍କ ଦେହରେ କୌଣସି ଆତ୍ମା ସବାର ହେଉଛି । ମାତ୍ର ଏହା କେତେଦୂର ସତ କି ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ଅଧିକ ତଦନ୍ତ ପରେ ସମ୍ନାକୁ ଆସିବ ।
