ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ବିରିଡି ବ୍ଲକ ସରପଞ୍ଚ ମାନଙ୍କ ପକ୍ଷରୁ ଗୁରୁବାର ବ୍ଲକ ବିଡ଼ିଓ ଙ୍କ ଜରିଆରେ ଜଗତସିଂହପୁର ଜିଲ୍ଲାପାଳ ଙ୍କୁ 3 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ବିଶେଷ କରି ଗ୍ରାମପଞ୍ଚାୟତରେ ପ୍ରକାଶନ ହୋଇଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ସରପଞ୍ଚ ମାନଙ୍କ ପକ୍ଷରୁ ବିଡ଼ିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ପୁନଃ ତଦନ୍ତ କରାଯାଇ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜଣା ଯାଇଛି l

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଦନ୍ତ ସମୟରେ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଅନ୍ଧାରରେ ନରଖି ସେମାନଙ୍କ ସହ ଆଲୋଚନା କରିବା ଆବଶ୍ୟକ l ନଚେତ ଜନପ୍ରତିନିଧି ମାନେ ଅଯଥା ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଦାବିପତ୍ରରେ ସରପଞ୍ଚ ମାନେ ଦର୍ଶାଇଛନ୍ତି l ସରପଞ୍ଚ ଯୁଧିଷ୍ଠିର ବେହେରା, ତରୁଣ କୁମାର ଦାସ, ରମେଶ ଚନ୍ଦ୍ର ମହାନ୍ତି, ଲଷ୍ମୀପ୍ରିୟା ଜେନା, ଆରତୀ ଭୂୟାଁ, ଶାନ୍ତିଲତା ସାହୁ, ପ୍ରଭାସିନୀ ବେହେରା, ତପତି ତପତି ତପସ୍ୱିନୀ ଭୂୟାଁ, କନକ ଲତା ବେହେରା ପ୍ରମୁଖ ଜନପ୍ରତିନିଧି ମାନେ ଦାବି ପତ୍ରରେ ସ୍ଵାକ୍ଷର କରିଛନ୍ତି l

Exit mobile version