ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ ଅବସରରେ ସୁରକ୍ଷା, ଶୃଙ୍ଖଳା ଏବଂ ସୁଚାରୁ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ୬ ଘଟିକା ସମୟରେ ସୁନ୍ଦରା ଜଗାରେ ମାଟିମଣ୍ଡପସାହି, ଦୋଳମଣ୍ଡପ ସାହି ଏବଂ କୁଣ୍ଢେଇବେଣ୍ଟ ସାହିର ମୁରବି, ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୁରୀ ଏସପି ପ୍ରତୀକ ସିଂ ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଯାତାୟାତ ପରିଚାଳନା, ଜରୁରୀକାଳୀନ ସହାୟତା ଏବଂ ସ୍ଥାନୀୟ ଅଞ୍ଚଳରେ ସମନ୍ୱିତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
