ଵନ ମହୋତ୍ସବ ସପ୍ତାହ ପାଳିତ

ବାଣପୁର (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ବାଣପୁର ବ୍ଲକ ଅନ୍ତର୍ଗତ କହ୍ନେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଇକୋ କ୍ଳବ୍ ଆନୁକୁଲ୍ୟରେ ଵନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ଇକୋ କ୍ଳବ୍ ତତ୍ତ୍ୱାବଧାରକ ଆଲୋକ କୁମାର ବରାଳ ଙ୍କ ତତ୍ବାବଧାନରେ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରିମଲ୍ଲ ଙ୍କ ସାମଗ୍ରୀକ ପରିଚାଳନା ରେ ଏହି ସପ୍ତାହ ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ବିଭିନ୍ନ ଦିବସରେ ଏକ ପେଡ୍ ମା କେ ନାମ୍ ଅଭିଯାନ ରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଥାନୀୟ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଫୁଲ, ଫଳ ଓ ଆକାସିଆ,

ୟୁକାଲି ପଟା ସ ଆଦି ଚାରା ଯୋଗାଇ ଦିଆଯାଇଥିଲା । ଉଦ୍ ଯାପନ ଦିବସରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବନ ମହୋତ୍ସବ ର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇବା ସହ ବିଦ୍ୟାଳୟ ପରିସରରେ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କ ସମେତ ବୃ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଦୁର୍ଗା ପ୍ରସାଦ ମହାପାତ୍ର, ଆଲୋକ କୁମାର ବରାଳ, ସୁନିତା ମହାପାତ୍ର, ରିଙ୍କି ମାଝୀ ପ୍ରମୁଖ ସହାୟତା କରିଥିଲେ ।

Exit mobile version