ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ନୟାଗଡ଼ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷା ଏବଂ ସବୁଜିମାର ପ୍ରସାର ପାଇଁ ରେଡକ୍ରସ, ଇକୋ କ୍ଲବ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା, ସ୍ଲୋଗାନ, ରାଲି ହୋଇଯାଇଅଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।

ଆୟୋଜିତ ସଭାରେ ବୃକ୍ଷରୋପଣର ସପ୍ତାହରେ ସଭପତି ଭାବରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର କହଁର ସଭା ପରିଚାଳନା କରୁଥିଲେ । ଜୁନିୟର ରେଡକ୍ରସର ବ୍ଲକ କୋର୍ଡିନେଟର ପ୍ରତାପ କୁମାର ପରିଡ଼ା , ଇକୋ କ୍ଲବର ଭକ୍ତ ବନ୍ଧୁ ବେହେରା, ଶରତ କୁମାର ସାହୁ, ଭାଗ୍ୟଲକ୍ଷ୍ମୀ ସ୍ୱାଇଁ, ସୁଭାଶିଷ ମିଶ୍ର,ସୁଜାତା ସାହୁ, ମମତାମୟୀ ମଲ୍ଲିକ, ରଶ୍ମିତା ଘଡ଼େଇ ସମରଜିତ୍ ଛୋଟରାୟ, ମାହେଶ୍ୱରୀ ସେଠୀ , ସିଆରସିସି ଶ୍ରୀଧର ବେହେରା ଉପସ୍ଥିତ ଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଗୁରୁଜୀ, ଗୁରୁମାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ଚାରା ରୋପଣ କରାଯିବା ସହ ଏହାର ରକ୍ଷଣବେକ୍ଷଣ ପାଇଁ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପରିବେଶ ସଚେତନତା ସୃଷ୍ଟି କରିବାରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍ ମାନେ ମତବ୍ୟକ୍ତ କରିଛନ୍ତି ।

Exit mobile version