ଦଳେଇ ସାହି ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଉଦଘାଟିତ

ବୋଲଗଡ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓ ବୋଲଗଡ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଗ୍ରାମପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଓ ଜନ ସେବା କାର୍ଯ୍ୟକ୍ରମ ସୋମବାର ଦିନ ଦଳେଇସାହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି କlର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବୋଲଗଡ଼ ଅତିରିକ୍ତ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର ଓ ସମ୍ମାନିତ ଅତିଥିଭାବେ ଦଳେଇସାହି ଗ୍ରାମପଞ୍ଚାୟତ ସରପଞ୍ଚ ଶୁଶାନ୍ତ କୁମାର ପରିଡା ଓ ସମିତି ସଭ୍ୟା ମନୋସ୍ମିତ ଦଳାଇ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l

ଏହି ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ(୫୭ )ଜଣ ଲୋକମାନଙ୍କର ଲିଖିତ ଅଭିଯୋଗକୁ ପଞ୍ଜିକୃତ କରିଥିଲେ ଓ ୨୪ଟି ଲିଖିତ ଅଭିଯୋଗକୁ ତୁରନ୍ତ ଆଶୁ ସମାଧାନ କରିଥିଲେ l ୩୩ଜଣ ଲୋକମାନଙ୍କର ଲିଖିତ ଅଭିଯୋଗ ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବୋଲଗଡ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଲ୍ଲୀ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଅଛି ବୋଲି ବୋଲଗଡ଼ ଅତିରିକ୍ତ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ବ୍ଲକ ପଲ୍ଲୀ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ଦଳେଇ ସାହି ସରପଞ୍ଚ ସରପଞ୍ଚ ଶୁଶାନ୍ତ କୁମାର ପରିଡା ଓ ସମିତି ସଭ୍ୟା ମନୋସ୍ମିତ ଦଳାଇ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l

ସମସ୍ତ ଜନ ସେବା,ସମାଧାନ ଓ ଜନ ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ କିରାଣୀ ଆଲୋକ କୁମାର ଜେନା ପ୍ରମୁଖ ଯୋଗଦେଇ ଲୋକମାନଙ୍କର ସମସ୍ୟା ସମାଧାନ କରିବାରେ ସହଯୋଗ କରିଥିଲେ ! ଦଳେଇସାହି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀବନ କୁମାର ଦାସ ଓ ହିସାବ ରକ୍ଷକ ଅଞ୍ଜଳି ସାହୁ ସହଯୋଗ କରି ପରିଚାଳନା କରିଥିଲେ l

Exit mobile version