ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ

କଣ୍ଟାବାଞ୍ଜି (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା ସ୍ଥିତ ପି.ଏସ୍. ଡିଗ୍ରୀ କଲେଜ ପରିସରେ ଆଜି ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସରପଞ୍ଚ ସଙ୍ଘ ସଭାପତି ଜଳନ୍ଧର ମହାକୁଡ, ଏ.ସି.ଏଫ୍ ମାନସ ରଞ୍ଜନ ବେହେରା, କଲେଜ ଅଧ୍ୟକ୍ଷ ଏବଂ ଭି.ଏସ୍.ଏସ୍ ଲର୍କୀ ଓ ତୁରେକେଲାର ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ବନ ବିଭାଗ ଅଧିକାରୀ, କଲେଜ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ।

ଏହି ଅବସରେ କଲେଜ ପରିସରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ବାଗ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ଆହ୍ୱାନ କରିଥିଲେ। ସେ କହିଲେ, “ଆଗାମୀ ପିଢ଼ି ପାଇଁ ଏହି ଗଛ। ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସତର୍କ ନ ହେଲେ ଜୀବ ଜଗତ ଧ୍ୱଂସ ହୋଇଯିବ।”ସମ୍ମାନିତ ଅତିଥିମାନେ ନିଜ ବକ୍ତବ୍ୟରେ କହିଲେ ଯେ କେବଳ ବ୍ୟାପକ ବୃକ୍ଷରୋପଣ,

ତାହାର ରକ୍ଷଣାବେକ୍ଷଣ, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସଂରକ୍ଷଣ ଦ୍ୱାରା ହିଁ ପରିବେଶ ସୁରକ୍ଷା ହୋଇପାରିବ ଏବଂ ଜୀବ ଜଗତ ତିଷ୍ଠି ରହିପାରିବ।ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ସାନ୍ଧ୍ୟରାଣୀ ସେଠ, ଘନଶ୍ୟାମ ପସାୟତ, ନାପା ହରପାଲ, ସୁନୀଲ ମହାନ୍ତି ସହ ପାରା ଗାର୍ଡ ଜହ୍ନବୀ ବେହେରା, ସବନମ ଫିର୍ଦୋଷ, ସଟ୍ସବନି ହେର୍ନା, ବିଶ୍ୱରଞ୍ଜନ ତାରସାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Exit mobile version