Home ଓଡ଼ିଶା ରଣପୁର ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଲେନାହିଁ ସାଂସଦ ସମ୍ବିତ ପାତ୍ର ଓ ବାଚସ୍ପତି ସୁରମା ପାଢ଼ୀ ; ଯୋଗ ଦେଲେ ସାଂସଦ ପ୍ରତିନିଧି by Proprietor Abhimanyu Maharana 4 months ago Share on FacebookShare on TwitterWhatsapp ରଣପୁର ରେ ବୁଦ୍ଧିଜିବୀ ସମ୍ମୀଳନୀ ଅନୁଷ୍ଠିତ ଆଗକୁ ପଞ୍ଚାୟତ ଏବଂ ଏନଏସି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ସମ୍ମିଳନୀରେ ସାଂସଦ ଓ ବିଧାୟିକା ଯୋଗ ନଦେବାର କାରଣ କଣ ବୋଲି ରଣପୁର ଏନଏସିର ବୁଦ୍ଧିଜୀବି ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ରଣପୁର (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ରଣପୁର କୋଟ୍ ଛକ ପାଖ ମହାବିର୍ ମନ୍ଦିର ସମ୍ମୁଖ ରେ ରଣପୁର ଗ୍ରାମୀଣ ମଣ୍ଡଳ ପ୍ରତିନିଧି ରଣଜିତ୍ ପଟ୍ଟନାୟକ ଆବାହକତ୍ୱରେ ବିଶ୍ଵର ସର୍ବ ବୃହତ୍ ଦଳ ଭାରତୀୟ ଜନତା ପାର୍ଟି ରଣପୁର ନିର୍ବାଚ଼ନ ମଣ୍ଡଳୀ ର ଏକ ବୁଦ୍ଧିଜିବୀ ସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମୀଳନୀ ରେ1000 ରୁ ଉର୍ଦ୍ଧ ବୁଦ୍ଧିଜିବୀ , ଭାଜପା ର ପୁରାତନ କାର୍ଯ୍ୟକର୍ତ୍ତା , ପଦାଧିକାରୀ ଯୋଗଦାନ କରିଥିଲେ । ମୋଦୀ ସରକାର ଙ୍କ ବାରବର୍ଷ ଓ ମୋହନସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରାଗଲା । ଉକ୍ତ ସଭାର ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲାର ସଭାପତି ଇଂ ତାପସ ରଞ୍ଜନ ମାର୍ଥା , ମୁଖ୍ୟବକ୍ତା ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ୍ ପାତ୍ର ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରିୟବ୍ରତ ପ୍ରହରାଜ( ଟୁଲୁ ଭାଇନା), ସମ୍ମାନୀତ ଅତିଥି ରଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା , ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରଣପୁର ଗ୍ରାମୀଣ ମଣ୍ଡଳ ପ୍ରତିନିଧି ରଣଜିତ୍ ପଟ୍ଟନାୟକ , ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ମହାପାତ୍ର , ସନ୍ତୋଷ ନାୟକ ,ରଙ୍କ ଦେଉଳୀ ସମିତିସଭ୍ୟା ମଞ୍ଚରେ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ମନୋଜ କୁମାର ମହାପାତ୍ର ( ମୁନା ଭାଇନା ), କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର, ରଣପୁର ଗ୍ରାମୀଣ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁ, ସୁନାଖାଳା କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ପରିଡ଼ା,ରଣପୁରଏନ୍.ଏ.ସି କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଧନେଶ୍ଵର ବାରିକ, ଗୋପାଳପୁର ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ପ୍ରଧାନ ଙ୍କୁ ସମ୍ମାନୀତ କରାଗଲା । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026