Home ଓଡ଼ିଶା ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ : ବାସୁଦେବ ସାହୁ ସଭାପତି ଓ ଦିଲ୍ଲୀପ ମିଶ୍ର ସଂପାଦକ by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ ଗତକାଲି ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ରୋଟାରୀ ବର୍ଷ ୨୦୨୬-୨୭ ପାଇଁ ସଭାପତି ଭାବେ ରୋଟାରିଆନ ବାସୁଦେବ ସାହୁ ଏବଂ ସଂପାଦକ ଭାବେ ରୋଟାରିଆନ ଦିଲ୍ଲୀପ ମିଶ୍ର ଆନୁଷ୍ଠାନିକ ଭାବେ କ୍ଲବ୍ ର ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ଏବଂ ସଂପାଦକ ରୋଟାରିଆନ ଅବିନାଶ ସାହୁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ଉତ୍ସବରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ର ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି ଯୋଗଦେଇ କ୍ଲବର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ରୋଟାରୀ ଜିଲ୍ଲା ଏଜି ରୋଟାରିଆନ ବିପ୍ର ଚରଣ ପାତ୍ର ମଞ୍ଚାସୀନ ଥିଲେ । ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ସ୍ବାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ସଂପାଦକ ଅବିନାଶ ସାହୁ ୨୦୨୫-୨୬ ବର୍ଷର ବିସ୍ତୃତ ବିବରଣୀ ଓ ସଫଳ ସେବା କାର୍ଯ୍ୟକ୍ରମର ସୂଚନା ଉପସ୍ଥାପନ କରିଥିଲେ । ଦାୟିତ୍ଵ ଗ୍ରହଣ କରିବା ପରେ ନୂତନ ସଭାପତି ରୋଟାରିଆନ ବାସୁଦେବ ସାହୁ ଆଗାମୀ ବର୍ଷ ପାଇଁ କ୍ଲବର ମିଶନ ଓ ଭିଜନ ଉପସ୍ଥାପନ କରିଥିଲେ। ସେହିପରି ନୂତନ ସଂପାଦକ ରୋଟାରିଆନ ଦିଲ୍ଲୀପ ମିଶ୍ର ୨୦୨୬-୨୭ ରୋଟାରୀ ବର୍ଷର ଆକ୍ସନ ପ୍ଲାନ୍ ଏବଂ ଆଗାମୀ ସେବା ପ୍ରକଳ୍ପ ଗୁଡ଼ିକ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କ୍ଲବରେ ତିନିଜଣ ନୂତନ ସଦସ୍ୟ ଚିନ୍ମୟ ପଟ୍ଟନାୟକ , ଆଶୁତୋଷ ପାତ୍ର ଏବଂ ଗୁଣନିଧି ଶତପଥୀ ଯୋଗଦେଇ ଆନୁଷ୍ଠାନିକ ଭାବେ ସଦସ୍ୟତା ଗ୍ରହଣ କରିଥିଲେ । ମୂଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ସମସ୍ତ ନୂତନ ସଦସ୍ୟ ଙ୍କୁ ରୋଟାରୀ ପିନ୍ ପିନ୍ଧାଇ ରୋଟାରୀ କ୍ଲବକୁ ସ୍ଵାଗତ କରିଥିଲେ । ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ରୋଟାରୀ ପରିବାରର କୃତୀ ଛାତ୍ରଛାତ୍ରୀମାନଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ହୋଇଥିଲେ ତଥାସ୍ତୁ କୁମାର ନାୟକ, ଆଦିତ୍ୟ ଓମକାର ମିଶ୍ର, କେ ଏ ବୈଷ୍ଣବୀ ଓ ଅନ୍ବେଷ ଦାଶ । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର, ଫୁଲବାଣୀ, ବାଣପୁର-ବାଲୁଗାଁ ଏବଂ ଭୁବନେଶ୍ବର ରୋଟାରୀ କ୍ଲବର ଅନେକ ସଦସ୍ୟ ଯୋଗଦେଇ ନୂତନ ସଭାପତି ଓ ସଂପାଦକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରୋଟାରିଆନ ପ୍ରବୀର ପୃଷ୍ଟି ମଞ୍ଚ ପରିଚାଳନା କରିଥିବା ବେଳେ ରୋଟାରିଆନ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026