ପାରଳାଖେମୁଣ୍ଡି (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଅଡବା ପୋଲିସ ଦ୍ୱାରା ଦୁଇଟି ପୃଥକ ସ୍ଥାନରେ ପୋଲିସ ଚଢଉ କରି ୪୫ କେଜି ଗଞ୍ଜେଇକୁ ଜବତ କରିଛନ୍ତି. ଏହି ଘଟଣାରେ ପୋଲିସ ଚୋରା ଚାଲାଣରେ ବ୍ୟବହୃତ ୨ ଗୋଟି ମୋଟର ସାଇକେଲ କୁ ଜବତ କରିବା ସହ ୩ ଜଣକୁ ଗିରଫ କରିଛନ୍ତି. ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢ଼ାଉ କରି ୪୫ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଗଞ୍ଜେଇ ଜବତ ଘଟଣାରେ ୩ ଜଣକୁ ଗିରଫ କରାଯାଇଛି ।
