କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘେରରେ

କଟକରେ ଚାଞ୍ଚଲ୍ୟ । କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା ଆଇଆଇସି 

କଟକ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟରରୁ IIC ବିୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ । ତେବେ ପ୍ରଶ୍ନ ଉଠୁଛି- ଥାନା ସରକାରୀ କ୍ୱାର୍ଟର୍ସରେ କ’ଣ ଘଟିଲା ? IICଙ୍କ ମୃତ୍ୟୁ ପଛରେ କ’ଣ ରହସ୍ୟ କାରଣ? ବୋଲି ଏବେ କଟକ ବାସୀଙ୍କ ମନରେ ପ୍ରଶ୍ନ ।

କଟକ କମିଶନରେଟ ପୋଲିସ ଅଧିନରେ ଥିବା ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତି ଙ୍କ ଝୁଲନ୍ତା ମୃତ ଦେହକୁ ତାଙ୍କର ସରକାରୀ ବାସ ଗୃହରୁ ପୋଲିସ ଜବତ କରିବା ସହ ଏହି ଘଟଣାକୁ ଅତ୍ୟନ୍ତ ଗଭୀରତାର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ଶ୍ରୀମତୀ ମାହାନ୍ତିଙ୍କ ମୃତ ଦେହକୁ ବ୍ୟବଛେଦ ପାଇଁ କଟକ ପୋଲିସ ପଠାଇଛି ଏବଂ ଏହାର ତଦନ୍ତଭାର କଟକ କମିଶନରେଟ ପୋଲିସର ଜଣେ ବରିଷ୍ଠ ଓ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି ।

ପ୍ରକାଶ ଥାଉକି ଶ୍ରୀମତୀ ବିୟୁଟି ମହାନ୍ତି ଜଣେ ଦକ୍ଷ ଓ ବରିଷ୍ଠ ମହିଳା ପୋଲିସ ଅଧିକାରୀ ଭାବେ ପରିଚିତ । ସେ ମହିଳା ଥାନା, ପାହାଳ ଥାନା, ନନ୍ଦନକାନନ ଥାନାରେ ସଫଳତାର ସହ ନିଜର କର୍ତ୍ତବ୍ୟ ପାଳନ କରିଥିଲେ ।ଏହି ଦକ୍ଷ ପୋଲିସ ଅଧିକାରୀଙ୍କ ଆତ୍ମହତ୍ୟା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏହା ସମସ୍ତ ପୋଲିସ ବିଭାଗକୁ ଚକିତ କରିଥିବାବେଳେ ଏହା ଆତ୍ମ ହତ୍ୟା ନା ସୁ ପରିକଳ୍ପିତ ନା ଅନ୍ୟ କିଛି ? ସେହି ବିଷୟ ଘଟଣାକୁ ସାଧାରଣରେ ନାନା ସନ୍ଧେହ ସୃଷ୍ଟି କରିଛି । ଏହି ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ଲାଗି କଟକ କମିଶନରେଟ ପୋଲିସର ଜୈନିକ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେବେ ଏହାର ସତ୍ୟାସତ୍ୟ ଘଟଣାର ଉନ୍ମୋଚନ ହୋଇପାରିବ ତାହା ଦେଖିବାର ଅଛି ।

Exit mobile version