ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

ବଲାଙ୍ଗୀର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ର ଜମି ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି. ଉଭୟ ବାଗ ପରିବାର ଓ ଜଗତ ପରିବାର ଭିତରେ ବିବାଦ ଛିଣ୍ଡିବାର ନାଁ ନେଉନାହିଁ. ସୂଚନା ଅନୁସାରେ ତନୁଜା ରାଣୀ ଜଗତ, ସ୍ୱାମୀ ଫକୀର ଜଗତ, ନି. ତୂକୁଲା ଜିଲ୍ଲା ନୂଆପଡା ଆମ ଜମି ବୋଲି ମାନ୍ୟବର ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ନ୍ୟାୟାଳୟ ରେ ଏକ ଆବେଦନ କରିଛନ୍ତି କିନ୍ତୁ ଗାଁ ର ବାଗ ପରିବାର ସେହି ଜମି କୁ ଦୀର୍ଘ ଦିନ ହେଲା ଚାଷ କରି ଆସୁଥିବା ବେଳେ ତାଙ୍କ ନାମରେ ସବୁ ପଟ୍ଟା ଦଲିଲ ରହିଛି,

ଏବିଷୟରେ ଏକ ମାମଲା ଜଗତ ଙ୍କ ବିରୋଧରେ ବଙ୍ଗୋମୁଣ୍ଡା ଥାନାରେ ମଧ୍ୟ ଚାଲିଅଛି ଓ ତାଙ୍କ ପରିବାର ପକ୍ଷରୁ ମାନ୍ୟବର କୋର୍ଟ ଙ୍କ ଦ୍ୱାରା 144 ମଧ୍ୟ କରାଯାଇଥିବା ଜଣାପଡିଛି.. ତେବେ ବାରମ୍ବାର ସେହି 3.82..ଏ ଜମିକୁ ଫକୀର ଜଗତ ବାରମ୍ବାର ଆସି ଜମି ମରାମତି, ଗଛ କାଟି କାଠ ନେଇ ଯାଇଥିବା ଓ ଚାଷ କରିବାକୁ ଶ୍ରୀ ବାଗ ପରିବାରକୁ ଧମକ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି.

ଏନେଇ ଗତ କିଛି ଦିନ ତଳେ ବେଆଇନ ଜମି ଜବରଦଖଲ ମୁତାବକ କୁ ବିରୋଧ କରି ଜମି ମରାମତି କରିଥିବା ବେଳେ ବ୍ୟବହୃତ ଟ୍ରାକ୍ଟର,ଜେସିବି ଜାଳିଦେଇଥିବା ଅଭିଯୋଗ ରେ ବାଗ ପରିବାର ଜେଲ ଯାଇ, ଜାମିନ ରେ ଆସିଛନ୍ତି. ଏତେ ଘଟଣା ପରେ ପୁଣି ଜଗତ ପରିବାର ବନ୍ଧୁକ, ଅସ୍ତ୍ର ଶସ୍ତ୍ର ଧରି ବାଗ ପରିବାର କୁ ଭୟଭୀତ କରୁଥିବା ମଧ୍ୟ ବଲାଙ୍ଗୀର ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓ ଚଳିତ ବର୍ଷା ଋତୁ ରେ ଜମି ରେ ଧାନ ବୁଣିବା ପାଇଁ ମଧ୍ୟ ସେମାନେ ଉଲ୍ଲେଖ କରିଛନ୍ତି ଓ ତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଏସପି ଙ୍କୁ ଦରଖାସ୍ତ କରିଅଛନ୍ତି l

Exit mobile version