ଦେଶ ର ବିଭିନ୍ନ ପ୍ରାନ୍ତରୁ ୮ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା କୁ ଫେରିଥିଲେ : ବିଧାୟକ ଶ୍ରୀ ସିଂହ ପ୍ରଶ୍ନ – ଶ୍ରମ ମନ୍ତ୍ରୀ ସିଂହଙ୍କ ଉତ୍ତର

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଭାରତ ବର୍ଷରେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୨୩ ରୁ ଲକ୍ ଡାଉନ୍ ଆରମ୍ଭ ହୋଇଥିଲା । ସେହି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮ ଲକ୍ଷ ରୁ ଅଧିକ ପ୍ରବାସୀ ଓଡ଼ିଶା କୁ ଫେରିଥିଲେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ହ ବିଧାନସଭା ରେ ଆଜି ଉତ୍ତର ରଖିଥିଲେ । ବିଧାନସଭା ରେ କ°ଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରଶ୍ନର ଉରରେ ମନ୍ତ୍ରୀ କହିଥିଲେ ଯେ ପ୍ରବାସୀ ମାନେ ବିଭିନ୍ନ ରାଜ୍ୟରୁ ଆସିଥିଲେ । ଏମାନଙ୍କୁ ଆଣିବା ପାଇଁ ୨୨୭ ଟି ଟ୍ରେନ୍ କାମରେ ଲଗାଯାଇଥିଲା । ମୁଖ୍ୟତଃ ପ୍ରବାସୀ ଓଡ଼ିଆ ମାନେ କେରଳ, ତାମିଲନାଡୁ, ଓ ଗୁଜୁରାଟ ରୁ ନିଜ ନିଜ ଭିଟାମାଟି କୁ ଫେରିଥିଲେ ବୋଲି ମନ୍ତ୍ରୀ କହିଥିଲେ ।

ମୋଟ ୮୫୩୭୭୭ ଜଣ ଲୋକଙ୍କୁ ଆଣିବା ପାଇଁ ପୂର୍ବ ତଟ ରେଳବାଇ କୁ ଭଡା ବାବଦରେ ୯ କୋଟି ଟଙ୍କା ଦିଆଯାଇଥିଲା ବୋଲି ତାଙ୍କର ଉତ୍ତରରେ ସୂଚୀତ କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ କେତେଜଣ ପ୍ରବାସୀ ଶ୍ରମିକ ଥିଲେ ସେ ବିବରଣୀ ସରକାର ଙ୍କ ପାଖରେ ନାହିଁ । ଏହି ତଥ୍ୟ ଏକାଠି କରିବା ପାଇଁ ସବୁ ଜିଲ୍ଲା କୁ କୁହାଯାଇଛି ବୋଲି ତାଙ୍କ ଜବାବ୍ ରେ ଉଲ୍ଲେଖ କରିଥିଲେ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version