ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

ଭାପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଦିନ ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଥାନା ଅଧିକାରୀ ଅଜୟ ସାହୁଙ୍କ ପରିଚାଳନା ଓ ତତ୍ୱାବଧାନରେ ଖଣ୍ଡପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ଜନସାଧାରଣ ଓ ପୋଲିସ ସହିତ ସମ୍ପର୍କକୁ ନେଇ ବିଭିନ୍ନ ଉଦାହରଣ ଦେଇ ସୁଦୃଢ କରିବାକୁ କହିଥିଲେ.

ବିଶେଷକରି ସାଇବର କ୍ରାଇମ ଓ ଅବାଧ ମାଦକ ଦ୍ରବ୍ୟ ବ୍ୟବହାର ଯୁବପିଢ଼ି ଅଧାପତନକୁ ନେଇ ଏହାର ମୂଳ ଉତ୍ପାଡନ ନିମନ୍ତେ ସାଧାରଣ ଜନତାଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ. ଏଥିସହିତ ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉପରେ ଆଲୋଚନା କରାଯାଇଥିଲା. ବୈଠକରେ ଭାପୁର ବିଟ ହାଉସ ଅଧିକାରୀ ସୁଶାନ୍ତ ବେହେରା ଉପସ୍ଥିତ ଥିବା ବେଳେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ.

Exit mobile version