ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଓଡ଼ିଶା ସଚିବାଳୟ ଲେଖକ ପରିଷଦର  ଜୁନ ମାସର ସ୍ୱାରସ୍ବତ ଆସର ଖାରବେଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ବନ୍ଦିତା ଦାସ । ସଂଯୋଜନା କରିଥିଲେ ବିଜନବାଳା  ପାଟଯୋଷି । ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,

ବିଜନବାଳା ପାଟଯୋଷି,ସୁକାନ୍ତ ଦାସ , ବନ୍ଦିତା  ଦାସ ଓ ସୁଶାନ୍ତ ଧର ସ୍ୱରଚିତ କବିତା ପାଠ କରିଥିଲେ ।  ପରିଷଦର ‘ହାତ ଲେଖା ପତ୍ରିକା ପାହାଚ’ର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଏକ ନୂତନ ଶୈଳୀରେ ଏହା ପ୍ରକାଶିତ ହୋଇଛି । ହାତ ଲେଖା ପାହାଚକୁ ଅଳଙ୍କରଣ କରିଛନ୍ତି ପୁଷ୍ପାଞ୍ଜଳି ବିଶୋୟୀ ଓ ବିଜନବାଳା ପାଟଯୋଷି ।

ସହଯୋଗ କରିଥିଲେ ଛବିରାଣୀ ରାଉତ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁସ୍ମିତା ମିଶ୍ର। ପରିଷଦର ୟୁ ଟ୍ୟୁବ ପତ୍ରିକା ର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ଅନୁରୋଧ କରିଥିଲେ ।

Exit mobile version