କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

କଟକ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ସମଗ୍ର ବିଶ୍ଵରେ ଏହି ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହେଉଥିବା ବେଳେ ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ସ୍ନାନ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଜୟ ଜଗନ୍ନାଥ ଡାକରେ ଫାଟି ପଡୁଛି ସ୍ନାନ ମଣ୍ଡପ । କଟକର ବିଭିନ୍ନ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ କଟକର ୬ଷ୍ଠ ବାଟାଲିୟନ ପରିସର ରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଦୂର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି ।

କିନ୍ତୁ ଏକ ଆଶ୍ଚର୍ଯ୍ୟର କଥା ଏହି କାର୍ଯ୍ୟକ୍ରମ ରେ ଦେଖୂବାକୁ ମିଳିଛି ଯେ,ବିଶ୍ବ ପତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଣସର ଗୃହରେ ପହଞ୍ଚାଇଥୂବା ବାଟାଲିୟନ ର ଦୂର୍ଗପତି ଶ୍ରୀ ମଲ୍ଲିକ ଆସନ୍ତା କାଲି ଅବସର ଗ୍ରହଣ କରୁଛନ୍ତି । ଏହି ଦୁଇଟି ଶବ୍ଦ “ଅନବସର” ଓ “ଅବସର” କୁ ନେଇ ପ୍ରଶ୍ନର ଉତ୍ତର ରେ ଦୂର୍ଗପତି ଙ୍କ କୋହ ପୂର୍ଣ୍ଣ, ଭାବ ବିହ୍ୱଳିତ ହୋଇ ନିଜର ମନର କଥା କୁ ଗୁହାରି ଭାବରେ ରଖୂଥୂଲେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ।

ଉପସ୍ଥିତ ସହକାରୀ ଦୂର୍ଗପତି ଶ୍ରୀ ମାନ୍ଧାତା ସାଇ, କନେଷ୍ଟବଳ, ସିପାହୀ ଓ ହାବିଲଦାର ସଂଘ ର ସଭାପତି ଶ୍ରୀ ବିମଳ ପାତ୍ର, ସଂଘ ର ସମ୍ପାଦକ ତଥା ଅନ୍ୟାନ୍ୟ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଦୂର୍ଗପତିଙ୍କ ଭାବେ ବିହ୍ୱଳତା ଦେଖିବା ସହ ଦୂର୍ଗପତି ଙ୍କ ଶୁଭକାମନା ଲାଗି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ।

Exit mobile version