ବରିଷ୍ଠ ସମାଜସେବୀ ତଥା ଠିକାଦାର ପଦ୍ମ ଚରଣ ପାଣିଗ୍ରାହୀଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡା (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ସମାଜସେବୀ, ଠିକାଦାର, ବ୍ୟବସାୟୀ ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଭାବେ ପରିଚିତ ପଦ୍ମଚରଣ ପାଣିଗ୍ରାହୀ (୬୪) ଙ୍କ ମଙ୍ଗଳବାର ସକାଳେ ବାଲିଗୁଡା ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ସ୍ଥାନୀୟ ବଣିକ ସଂଘ ତରଫରୁ ସ୍ୱର୍ଗତ ପାଣିଗ୍ରାହୀ ଙ୍କ ଅମର ଆତ୍ମା କୁ ସମ୍ମାନ ଜଣାଇ ମଙ୍ଗଳବାର ଦିନ ତମାମ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିଲା l

ତାଙ୍କରି ପ୍ରଚେଷ୍ଟା ରେ ବାଲିଗୁଡା ନିକଟସ୍ଥ ବିରାଗୁଡା ଠାରେ ମା ‘ ବନ ଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଆୟୋଜନ କରିଥିଲେ l ସେ ଏକା ଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବସ୍ଥଳ,ତଥା ବରିଷ୍ଠ ରାଜନୀତିଜ୍ଞ ଭାବେ ବେଶ ଜଣାଶୁଣା ଥିବା ସହ ବିଭିନ୍ନ ଅନୁଷ୍ଠାନର ପଦ ପଦବୀ ରେ ରହି ଆସିଥିଲେ l ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନେ ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ବର୍ଗତ ପାଣିଗ୍ରାହୀ ଙ୍କ ମର ଶରୀର କୁ ନିଜ ବାସଭବନ ଠାରୁ ଏକ ବିରାଟ ପଟୁଆର ରେ ସହର ପରିକ୍ରମା କରିବା ସମୟରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ l ପରିବାର ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର ସମାପନ ହୋଇଥିଲା l

Exit mobile version