ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା

କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ର ପୂର୍ବତନ ଉପସଭାପତି ଅଶୋକ ଭୋଇଙ୍କ ଚଳିତ ଜୁନ୍ ମାସ ୨୨ତାରିଖ ଦିନ ରାୟପୁର ର ଏକ ଘରୋଇ ଡାକ୍ତର ଖାନା ରେ ମସ୍ତିଷ୍କ ଜନିତ ରୋଗ ର ଆକ୍ରାନ୍ତ ରେ ବିୟୋଗ ହୋଇଛି । ସ୍ୱର୍ଗତ ଭୋଇ ଜଣେ ମେଳାପୀ,ମିଷ୍ଟଭାଷୀ,ଯୁବ ସାମ୍ବାଦିକ ଭାବେ ବେଶ୍ ଜଣା ଶୁଣା ।

ସ୍ୱର୍ଗତ ଭୋଇ ବିଭିନ୍ନ ପତ୍ର ପତ୍ରିକା ରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ସହ ସମାଜ ଦୈନିକ ଖବର କାଗଜ ର ବଙ୍ଗୋମୁଣ୍ଡା ଓ ନ୍ୟୁଜ ସେଭେନ ର କଣ୍ଟାବାଞ୍ଜି ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ତରଫରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ସ୍ମୃତି ଚରଣ କରିଥିଲେ ।

ଏହି ପରିପ୍ରେକ୍ଷୀରେ ରେ ପରିବାରକୁ ଭଗବାନ ଧୋର୍ଯ୍ୟ ଏବଂ ସାହସ ଦେବା ନେଇ ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘ ବରିଷ୍ଠ ସଦସ୍ୟ ସୁବାସ ବେହେରା,ସଭାପତି ମୋହନ ସୋନି , କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସମ୍ପାଦକ ଗୁରୁ ଦୟାଲ ହଂସ,ଏସ କେ ସମିମ୍,କୃତିକର ବାଗ ଓ କୁଶଲ ଠାକୁର ଉପସ୍ଥିତ ଥିଲେ ।

Exit mobile version