ଭାପୁର ସାମ୍ବାଦିକ ସଙ୍ଘ ଗୃହ ସହିତ ୪୦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ, ବିଧାୟକ

ଭାପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭାପୁର ବ୍ଲକରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ୱାଇଁଙ୍କ ଦ୍ବାରା ଆଜି ୨କୋଟି ୩୪ ଲକ୍ଷ ଟଙ୍କାର ୪୦ଟିପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଅବସରରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧ୍ଵ ଗୟାଧର ପରିଡ଼ା, ବ୍ଳକ ପ୍ରତିନିଧ୍ ତୋଫାନ କୁମାର ପ୍ରଧାନ, ଭାପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ୧୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଶାଳପଡ଼ା ସରପଞ୍ଚ ସନ୍ତୋଷ କୁମାର ପଣ୍ଡା,

 

 

ବାଇଗୁଣିଆ ସରପଞ୍ଚ ନିରୁପମା ମହାରଣା, ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ଵର ମାଝୀ, ଭାପୁର ବ୍ଳକ । ଆତ୍ମା କମିଟି ସଭାପତି ଶଶୀଭୂଷଣ ରାଉତରାୟ ଓ ବିଜେପି ଦଳର ଆଗଧାଡ଼ିର ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ । ଭାପୁର ବ୍ଳକର ବାଇଗୁଣିଆ, ଶାଳପଡ଼ା, ଭାପୁର, ବିଜିପୁର, କଇଁଫୁଲିଆ, ଭଗବାନପୁର, ନିମାଣି, ଚକ୍ରଧରପ୍ରସାଦ, ଗୋଳାପାଖରୀ,

କରବର ଆଦି ପଞ୍ଚାୟତରେ ଆଜି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ଭାପୁର ପ୍ରେସ କ୍ଲବର ନୂତନ ଗୃହ ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି । ଭିଭିପ୍ରସ୍ତର ସ୍ଥାପନ ଅବସରରେ ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ, ଗ୍ରାମାଞ୍ଚଳର ବିକାଶ ବିଜେପି ସରକାରର ମୂଳ ଲକ୍ଷ୍ୟ । ଗ୍ରାମାଞ୍ଚଳର ବିକାଶ ହେଲେ ଓଡ଼ିଶାର ବିକାଶ ହୋଇପାରିବ ।

Exit mobile version