ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ପୁରୀ  (ଓଡିଶା ତାଜାନ୍ୟୁଜ) (ନି. ପ୍ର) :-  ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ମୂଖ୍ଯମନ୍ତ୍ରୀ ପୁରୀ ଆସିଥିଲେ । ଫେରିବା ସମୟରେ ରଥଖଳା ନିକଟରେ ରଥନିର୍ମାଣ ଦେଖିବା ପାଇଁ ରଥଖଳା ଭିତରକୁ ଯାଇଥିଲେ ।

ରଥଖଳାରେ ବିଶ୍ବକର୍ମା ମାନଙ୍କ ସହ ରଥନିର୍ମାଣ ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ରଥନିର୍ମାଣକାରୀ ସେବକ ମାନେ ଆନନ୍ଦିତ ହୋଇଥିଲେ ।

Exit mobile version