ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ପୁରୀ ପୋଲିସ ପକ୍ଷରୁ ଦର୍ଶନ ପାଇଁ ଆସୁଥିବା ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରିଛି । ସେମାନଙ୍କୁ ସୁରକ୍ଷିତ ଦର୍ଶନ କରାଇବା ପାଇଁ ପୋଲିସ ସହଯୋଗ କରିଥିଲା । ପୋଲିସର ଏହି କାର୍ଯ୍ୟକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରଶଂସା କରିଥିଲେ ।

ସେହିପରି ପୋଲିସ ପକ୍ଷରୁ ଖରା ତାତି ଗୁଳୁଗୁଳିରେ ଭକ୍ତ ମାନଙ୍କୁ ପାଣି ଛିଞ୍ଚନ ସହ ଜଳ ବଣ୍ଟନ କରାଯାଇଥିଲା । ପୁରୀ ଏସପି ପ୍ରତୀକ ସିଂଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଜଳ ବଣ୍ଟନ ଦେଖି ଖୁସିବ୍ୟକ୍ତ କରିଥିଲେ ଭକ୍ତ ।

Exit mobile version