ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଚିନ୍ମୟ ମିଶନର ୭୫ତମ “ଅମୃତ ମହୋତ୍ସବ” ଅବସରରେ, ୨୭ ଜୁନ୍ ୨୦୨୬ ତାରିଖରେ ଭିସୱାସ୍ କଲେଜ୍ ଅଫ୍ ନର୍ସିଂର ମଲ୍ଟି-ପର୍ପୋଜ୍ ହଲ୍ରେ ଚିନ୍ମୟ ମିଶନର ସଦସ୍ୟମାନଙ୍କ ଦ୍ୱାରା ଏକ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ନିର୍ଦ୍ଦେଶକ ଡ଼ଃ ଏଲ୍. ଏନ୍. ପଣ୍ଡା, ପ୍ରିନ୍ସିପାଲ (ନର୍ସିଂ) ଡ଼ଃ ସତ୍ୟଭାମା ମିଶ୍ର, ଅଧ୍ୟାପକ-ଅଧ୍ୟାପିକାମାନେ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
