ସମ୍ବଲପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ଓ ସମ୍ବଲପୁରର ମିଳିତ କଳାକାରଙ୍କ ସହଯୋଗରେ ସମଲେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ହୋଇଆସୁଥିବା ମାସିକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ରବିବାର ସନ୍ଧ୍ୟାରେ “ସାତବହନୀ” ଶୀର୍ଷକ ଏକ ସ୍ୱତନ୍ତ୍ର ସଙ୍ଗୀତାନୁଷ୍ଠାନ ପରିବେଷଣ କରାଯାଇଥିଲା । ବିଗତ ଆଠ ମାସ ଧରି ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ରବିବାରରେ ଏହି ଭଜନ ସନ୍ଧ୍ୟାର ଆୟୋଜନ କରାଯାଉଛି।ଆଜିର କାଯ୍ୟକ୍ରମ କୁ ସଭାପତି ସଞ୍ଜୟ ବାବୁ ଉଦ୍ଘାଟନ କରିଥିଲେ ।
