ତହଁର ସରପଞ୍ଚଙ୍କ ସଭ୍ୟ ପଦ ରଦ୍ଦ – ଶେରଗଡ

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର )   ଶେରଗଡ :- ଶେରଗଡ ବ୍ଳକ ଅନ୍ତର୍ଗତ ତହଁର ଗ୍ରାମ ପଞ୍ଚାୟତର ସରପଞ୍ଚ କାମୀନି ମୁନିଙ୍କ ସଭ୍ୟ ପଦ ଶେରଗଡ ମୁନସିଫ କେଶ ନଂ ୦୩/୧୭ ପ୍ରକାରେ ସଭ୍ୟ ପଦ ରଦ୍ଦ କରିଛନ୍ତି । ମୁନସିଫ ତାଙ୍କରି ରାୟରେ ଦର୍ଶାଇ ଛନ୍ତି ଯେ ବର୍ତ୍ତମାନ ର ସରପଞ୍ଚ କାମୀନି ମୁନିଙ୍କୁ ଓଡ଼ିଆ ଲେଖା ଓ ପଢା ଆସୁନଥିବାରୁ ତାଙ୍କରି ସଭ୍ୟ ପଦ ରଦ୍ଦ କରାଗଲା ଓ ସେଠାରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାୟରେ ପ୍ରକାଶ କରିଛନ୍ତି ବର୍ତ୍ତମାନର ସରପଞ୍ଚ କାମିନୀ ମୁନିଙ୍କ ମାମଲା ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ପରିଚାଳନା କରୁଥିବା ବେଳେ ପରାଜିତ ସରପଞ୍ଚ ପ୍ରାର୍ଥୀ କବିତା ବେହେରାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି.ରବିନ୍ଦ୍ର କୁମାର ପାତ୍ର ମାମଲା ପରିଚାଳନା କରୁଥିବା ବେଳେ ସେ କୋର୍ଟଙ୍କ ରାୟ କୁ ସ୍ବାଗତ କରିଛନ୍ତି । (ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version