ଯୁଗ୍ମ ବୈଷୟିକ କମିଟିର ତଥ୍ୟ ବାସ୍ତବତାରୁ ବହୁ ଦୂରରେ
ଛତିଶଗଡ ଦାବିକୁ ମାନିନେଲେ ଓଡିଶା ବିଜେପି ସରକାର
ମହାନଦୀ ଜଳ ବିବାଦରେ ଓଡିଶା ସରକାରଙ୍କ ପ୍ରତିବଦ୍ଧତା କୁଆଡେ ଗଲା?
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ ଓ କର୍ପୋରେଟ୍ ସଂସ୍ଥାଙ୍କ ସ୍ୱାର୍ଥରେ କାମ କରୁଛି ଓଡିଶା ବିଜେପି ସରକାର । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦେଇଥିବା ରିପୋର୍ଟ ଓଡିଶାର ସ୍ୱାର୍ଥ ବିରୋଧରେ ଯାଉଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଶ୍ରୀ ରୋହିତ ପୂଜାରୀ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ଗତବର୍ଷ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଏବଂ ଗତ ମାସରେ ଟି୍ରବୁ୍ୟନାଲରେ ଦାଖଲ ହୋଇଥିବା ତଥ୍ୟ ମଧ୍ୟରେ କୌଣସି ତାଳମେଳ ନାହିଁ ।
