ଗୁରୁଣ୍ଠି ଶ୍ରୀରଙ୍ଗରାଜ ପୁର ଗ୍ରାମରେ ପାନୀୟ ଜଳ ଅଭାବ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର )  କୁକୁଡାଖଣ୍ଡି  :- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗ୍ରାମରେ ପାନୀୟ ଜଳର ଅଭାବୀ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବା ପାଇଁ ପଡୁଛି ଏହି ସମସ୍ୟା ଦିନେଦୁଇ ଦିନର ଘଟଣା ନୁହେଁ ଏହା ଦୀର୍ଘ ବର୍ଷବର୍ଷ ଧରି ସମସ୍ୟାରେ ବଢିଚାଲିଛି l ଏହାର ଦୂରୀକରଣ ପାଇଁ ସରପଞ୍ଚ ମିନତୀ ପାତ୍ରଙ୍କୁ ଗ୍ରାମର ଲୋକେ ବାରମ୍ବାର ଅଭିଯୋଗ କରୁଥିବା ସତ୍ୱେ ବି ସରପଞ୍ଚ ନୀରବତା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି l ଗୁରୁଣ୍ଠି ସରପଞ୍ଚ ଗ୍ରାମରେ ନିର୍ବାଚନ ସମୟରେ ସୁଖଦୁଃଖ ରେ ଅଞ୍ଚଳବାସିଙ୍କ ସାଥିରେ ରହିବା ପାଇଁ ପ୍ରତିଶୃତି ଦେଇ ସେହି ଅଞ୍ଚଳ ପରିକ୍ରମା ନକରିବା ସହ ନିଜ ଅଞ୍ଚଳରେ ମଧ୍ୟ ନରହି ଅନ୍ୟ ପଞ୍ଚାୟତ ରେ ବାସ କରୁଥିବା ଯୋଗୁଁ ଗ୍ରାମର ବିଭିନ୍ନ

ସମସ୍ୟା ବଢିଚାଲିଛି କୌଣସି ସମସ୍ୟା କୁ ସରପଞ୍ଚଙ୍କ ଗୁରୁତ୍ୱ ନାହିଁ କି ଅଭିଯୋଗ କଲେ କର୍ଣ୍ଣପାତ କରୁନଥିବା ଯୋଗୁଁ ବୁଧବାର ପୂର୍ବାହ୍ନ ସମୟ ରେ ଉକ୍ତ ଗ୍ରାମର ଚନ୍ଦ୍ର ଶେଖର ଦାଶ ଙ୍କ ନେତୃତ୍ୱ ରେ ଏକାଧିକ ଲୋକ ବିଡ଼ିଓ କାର୍ଯ୍ୟାଳୟରେ ପ୍ରକାଶ କରିଛନ୍ତି ଏମାନଙ୍କ ସହ ବଜେପି ନେତା ଚିନ୍ମୟନନ୍ଦ ବ୍ଲକ କାର୍ଯ୍ୟାଳୟ ରେ ପହଂଚି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଦେଇଥିବା ସହ ପାଣି ସମସ୍ୟା ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ l ଏଥିରେ ଗୁରୁଣ୍ଠି ପଞ୍ଚାୟତ ଶ୍ରୀରଙ୍ଗରାଜପୁର, କେ ଚନ୍ଦ୍ର ଶେଖର ଦାସ,ପି.ତ୍ରିଲୋଚନ ପାତ୍ର.କେ ଅସକ ପାତ୍ର.କେ ଶେଷଦେଵ ଦାସ କେ ରାଜେଶ୍ୱରି ଦାସ, ନମିତା ନାୟକ, ସୁଶିଳା ଡାକୁଆ ସମେତ ଅନ୍ୟାନ୍ୟ ଲୋକ ଯୋଗ ଦେଇ ଅଭିଯୋଗ ପତ୍ର ବିଡ଼ିଓ ଗଦାଧର ପାତ୍ରଙ୍କୁ ହସ୍ତାନ୍ତର କରିଛନ୍ତି l  (ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version