ବିରିଡିରେ ମୋରମ ପର୍ବ ପାଳିତ

ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବିରିଡି ବ୍ଲକ ମୁସଲମାନ ବସ୍ତିରେ ଶୁକ୍ରବାର ମୋରମ ପର୍ବ ପାଳିତ ହୋଇଯାଇଛି l ମୋରମ ଏକ ମାସର ନାମ ଏହା ମୁସଲମାନ ମାନଂକର ବର୍ଷର ପ୍ରଥମ ମାସ l ଇସଲାମ ଧର୍ମର ମାନ୍ୟତାନୁଯାଇ ହଜରତ ଇମାମ ହୁସେନ ୟଜିଦ ନିଜକୁ ଭଗବାନ ବୋଲି କହୁଥିଲେ ସେ ଇମାମହୁସେନ ଙ୍କୁ ଆଦେଶ ଦେଇଥିଲେ ସେ ମଧ୍ୟ ତାଙ୍କୁ ଭଗବାନ ବୋଲି ମାନନ୍ତୁ କିନ୍ତୁ ଇମାମ ହୁସେନ ମନାକରି ଦେଇଥିଲେ ତେଣୁ ମୈଦାନରେ ଯୁଦ୍ଧ ହୋଇଥିଲା l

ଏହି ଯୁଦ୍ଧରେ ମୋହରମ ମାସ 10 ତାରିଖରେ ଇମାମହୁସେନ ତାଙ୍କ ପରିବାର ଓ ଅନ୍ୟ 72 ଜଣ ଙ୍କ ସହିତ ସହିଦ ହୋଇଥିଲେ l ତେଣୁ ମୁସଲମାନ ମାନେ ସହିଦ ଦିବସ ରୂପେ ପ୍ରତି ବର୍ଷ ଏହି ଦିନକୁ ପାଳନ କରନ୍ତି ଏହି ଉପଲକ୍ଷେ ବେତମାଳିଆ ମୁସଲମାନ ବସ୍ତିରେ ତାଜିଆ ବାହାରି ଗ୍ରାମ ପରିକ୍ରମା କରିଥିଲା l ବ୍ଲକ ର ହାଜିପୁର, ବେତମାଳିଆ, ତଳପାଟକ, ନୂଆଢନା, ଅଢଙ୍ଗ, ତାଞ୍ଚନା ଭବାନୀପୁର ମୁସଲମାନ ବସ୍ତିରେ ଏହି ପର୍ବ ପାଳନ କରାଯାଇଥିଲା l

Exit mobile version