ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭାରତୀୟ ଜନତା ପାର୍ଟି ସିଂହଦ୍ୱାର ମଣ୍ଡଳ ମହିଳା ମୋର୍ଚ୍ଚା ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ୮ ନମ୍ବର ୱାର୍ଡରେ ଅନୁଷ୍ଠିତ ହୋଇଯାଇଛି । ମହିଳାମୋର୍ଚ୍ଚା ସଭାନେତ୍ରୀ କମଳିନୀ ମହାପାତ୍ରଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ବାସ୍ଥ୍ୟ ଶିବିରରେ ସିଂହଦ୍ବାର ମଣ୍ଡଳ ସଭାପତି ରାଜକିଶୋର ପଣ୍ଡା, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୂର୍ବତନ ସଭାପତି ରବିନାରାୟଣ ଦାଶ, ମଣ୍ଡଳ ସାଧାରଣ ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, ଯୁବ ମୋର୍ଚ୍ଚା ପ୍ରଭାରୀ ସତ୍ୟ ନାରାୟଣ ଶତପଥୀ, ଯୁବମୋର୍ଚ୍ଚା ସଭାପତି ଚନ୍ଦନ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।

ମଣ୍ଡଳ କୋଡିନେଟର ସୁରେନ୍ଦ୍ର ମହାପାତ୍ର, ମଣ୍ଡଳ ଉପସଭାପତି ବଳଭଦ୍ର ମହାପାତ୍ର, ମହିଳାମୋର୍ଚ୍ଚା ସଦସ୍ୟା ସଂଯୁକ୍ତା ସାହୁଙ୍କ ସମେତ ଅନ୍ୟାନ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ମାଗଣା ଚିକିତ୍ସା ଶିବିରରେ ଚିକିତ୍ସା ସହ ଔଷଧ ବିତରଣ କରାଯାଇଥିଲା । ଆଖପାଖ ଅଞ୍ଚଳର ଶତାଧିକ ରୋଗୀ ମାନେ ଶିବିରରେ ଯୋଗ ଦେଇ ଡାକ୍ତରଙ୍କ ଠାରୁ ଚିକିତ୍ସିତ ହୋଇ ସହ ପରାମର୍ଶ ନେବା ସହ ମାଗଣା ଔଷଧ ନେଇଥିଲେ ।

Exit mobile version