ଲେଚାପଡାକୁ ଜଳ ଯୋଗାଣ ପାଇଁ ବିଡିଓଙ୍କୁ ଦାବି ପତ୍ର

ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର )  କୁକୁଡାଖଣ୍ଡି :- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ଗ୍ରାମକୁ ଜାନିବିଲି ପ୍ରକଳ୍ପର ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ କିଛି ଗ୍ରାମବାସୀ କୁକୁଡାଖଣ୍ଡି ବିଡିଓଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଲୋଚାପଡା ଗ୍ରାମରେ ଏଗାରହଜାରରୁ ଉଦ୍ଧ ଲୋକ ବାସ କରୁଛନ୍ତି । ଏହା ବ୍ରହ୍ମପୁର ମହାନଗରର ନିକଟବତ୍ତୀ ହୋଇଥିବା ବେଳେ ଗ୍ରାମଦେଇ ଯାଇଥିବା ଜାନିବିଲି ପ୍ରକଳ୍ପରୁ ଜଳ ଯୋଗାଇଲେ ଗ୍ରାମବାସୀଙ୍କ ପାଣିଚିନ୍ତା ଦୂରହୋଇଯିବା ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏଥିରେ ରବିନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଚନ୍ଦ୍ର ପାତ୍ର ,ସଦାନନ୍ଦ ଗୌଡ,ପିଣ୍ଟୁ ବେହେରା,ଦିପୁ ସାହୁ,କୁରେଶ ବେହେରା,ପିଣ୍ଟୁପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ । (ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version