SIR କାର୍ଯ୍ୟକ୍ରମକୁ ସଫଳ କରିବାକୁ କଣ୍ଟାବାଞ୍ଜି ବିଜେଡିର ବୁଥ୍ ଏଜେଣ୍ଟ ପ୍ରଶିକ୍ଷଣ

କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚାଲିଥିବା Special Intensive Revision – SIR କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବୁଧବାର କଣ୍ଟାବାଞ୍ଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବୁଥ ସ୍ତର ଏଜେଣ୍ଟଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ଯୁବ ନେତା ଗିରିରାଜ ସିଂ ମାଝୀ ଏନେଇ ନିର୍ବାଚନ ମଣ୍ଡଳୀ ର ୩୩୫ ଟି ବୁଥ ରେ ଭୋଟର ତାଲିକାରେ ନାମ ଯୋଡ଼ା,

କଟା ଓ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଏଜେଣ୍ଟଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଇବା ସହ ଫର୍ମ-6, ଫର୍ମ-7, ଫର୍ମ-8 ଠିକ୍ ଭାବେ ପୂରଣ କରି BLOଙ୍କ ମାଧ୍ୟମରେ ଦାଖଲ କରିବାରେ ଭୋଟରଙ୍କୁ ସହାୟତା କରିବା। କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ନପଡ଼େ ଓ ଅଯୋଗ୍ୟ ନାମ ନଥାଏ ସେଥିପାଇଁ ବୁଥ୍ ସ୍ତରେ କଡ଼ା ନଜର ରଖିବା ସଠିକ୍ ଭୋଟର ତାଲିକା ହିଁ ଗଣତନ୍ତ୍ର ମୂଳ । ପ୍ରତି ବୁଥ୍ ଏଜେଣ୍ଟ ସକ୍ରିୟ ହୋଇ କାମ କଲେ ହିଁ ଆମେ ସୁଷ୍ଠୁ ନିର୍ବାଚନ କରାଇପାରିବା ବୋଲି ବିଜେଡ଼ି ନେତା ଶ୍ରୀ ମାଝୀ ପ୍ରଶିକ୍ଷଣ ଦେଇ କହିଛନ୍ତି।

ଏହି ପ୍ରଶିକ୍ଷଣ ଶିବିରରେ ବିଜେଡ଼ି ନେତ୍ରୀ ନିରୁପମା ମାଝୀ, ପିଙ୍କି ଖର୍ସେଲ,ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାର ବାରିକ,ବିଜେଡ଼ି ନେତା ଶ୍ରୀଧର ମାଝି,ଧନଞ୍ଜୟ ମାହାନନ୍ଦ,ପ୍ରେମିଶ ଚନ୍ଦ୍ର ବାଗ, ଦୈତାରୀ ଭୋଇ, ତ୍ରିବିକ୍ରମ ବେହେରା,ଅଭିଲାଶ ବଘାର,ଦିଲିପ ପୃଷ୍ଟି,ଆଶାଦୁଲା ଖାଁ, ଚମ୍ପେଶ୍ବର ବାଗ, ଆଶିଷ ବେହେରା,ଦେବରାଜ ଯାଦବ, ବିଷ୍ଣୁ ଜୁଏଡ, ସହ ଶହ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version